ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2024 ଉପସ୍ଥାପିତ କରିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଆଗତ କରାଯାଇଛି। ଏହି ବିଲ୍ ଆଗତ ହେବା ମାତ୍ରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ। ସେଥିମଧ୍ୟରୁ ୨୧ଟି ଲୋକସଭା ଓ ୧୦ଟି ରାଜ୍ୟସଭା ରହିବ।
ଏହି କମିଟିରେ ଉତ୍ତରପ୍ରଦେଶର ୩ ଜଣ ସାଂସଦ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ସିଦ୍ଧାର୍ଥନଗରର ଡୋମାରିଆଗଞ୍ଜରୁ ଭାରତୀୟ ଜନତା ପାର୍ଟି ସାଂସଦ ଜଗଦମ୍ବିକା ପାଲ, ସାହାରନପୁରରୁ ଭାରତୀୟ ଜାତୀୟ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ଏବଂ ରାମପୁରରୁ ସମାଜବାଦୀ ପାର୍ଟି ସାଂସଦ ମୋହିବୁଲ୍ଲା ନଦଭି ରହିଛନ୍ତି। ସେହିପରି ତାଲିକାରେ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓଓ୍ବୈସି ଅଛନ୍ତି । ଶୀତ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନ ପୂର୍ବରୁ ଏହି କମିଟିକୁ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ଏହା ପୂର୍ବରୁ ଲୋକସଭାରେ ୱାକଫ୍ (ସଂଶୋଧନ) ବିଲ୍, ୨୦୨୪ ଉପରେ ବିଚାର କରିବା ପାଇଁ ଦୁଇ ଗୃହର ଯୁଗ୍ମ କମିଟିରେ ନିମ୍ନ ଗୃହର ୨୧ ଜଣ ସଦସ୍ୟଙ୍କୁ ମନୋନୀତ କରିବାକୁ ଏକ ସଂକଳ୍ପ ପାରିତ ହୋଇଥିଲା।
ପ୍ରକାଶ ଥାଉକି, ୱାକଫ ସଂଶୋଧନ ବିଲ୍ ମାଧ୍ୟମରେ ପୁରୁଣା ନିୟମରେ ଥିବା ପ୍ରାୟ 40ଟି ପରିବର୍ତ୍ତନ ପାଇଁ ଦାବି ଉପସ୍ଥାପିତ ହୋଇଛି। 1995 ଏବଂ 2013ର ୱାକଫ୍ ନିୟମରେ ସଂଶୋଧନ କରାଯିବ। ଏହି ବିଲରେ 1995ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ 1995 ରଖାଯିବ।