ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲକୁ ମିଳିଲା ବଡ଼ ସଫଳତା। ପୁଣେ ଆଇଏସ୍ଆଇଏସ୍ ମଡ୍ୟୁଲ୍ ସହ ଜଡ଼ିତ ଆତଙ୍କବାଦୀ ରିଜୱାନଙ୍କୁ ଗିରଫ କଲା ପୁଲିସ। ପୁଲିସ ଗିରଫ କରିଥିବା ଆତଙ୍କବାଦୀ ରିଜୱାନ ଉପରେ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା। ରିଜୱାନ ଏନଆଇଏର ୱାଣ୍ଟେଡ ତାଲିକାରେ ଥିବା ବେଳେ ସେ ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ଆତଙ୍କବାଦୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳ ବାସିନ୍ଦା। ସେ ପୁଣେର ISIS ମଡ୍ୟୁଲର ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା। ପୁଣେର ISIS ମଡ୍ୟୁଲର ବହୁ କୁଖ୍ୟାତ ଆତଙ୍କବାଦୀଙ୍କୁ NIA ଓ ପୁଣେ ପୁଲିସ୍ ଗିରଫ କରି ସାରିଲାଣି। ମାତ୍ର ପୁଲିସ୍ ଆଖିରେ ଧୁଳି ଦେଇ ବହୁ ଦିନ ହେବ ରିଜୱାନ ଫେରାର ହେବାରେ ସକ୍ଷମ ହେଉଥିଲା। ଏହି ସଙ୍ଗଠନର ଆତଙ୍କବାଦୀମାନେ ଦିଲ୍ଲୀ ଓ ମୁମ୍ବାଇର ବହୁ ଭିଭିଆଇପି ଅଞ୍ଚଳରେ ଆତଙ୍କୀ ହମଲା ନିମନ୍ତେ ରେକି କରିଥିଲେ। ଏହାପରଠୁ ସେ NIA ଟାର୍ଗେଟରେ ଥିଲେ। କୁହାଯାଉଛି ଯେ, ଏନଆଇଏ ୟୁଏପିଏ ଅଧୀନରେ ରିଜୱାନ୍ ଅଲିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ଏବଂ ତାଙ୍କ ବିଷୟରେ ସୂଚନା ଦେଲେ ୩ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଥିଲା ।
ଏଥି ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ମଧ୍ୟ ରିଜୱାନ ବିରୋଧରେ ୟୁଏପିଏ ଅନୁଯାୟୀ ମାମଲା ରୁଜୁ କରିଥିଲା। ରିଜୱାନ୍ ହେଉଛି ପୁଣେ ଆଇଏସ୍ଆଇଏସ୍ ମଡ୍ୟୁଲର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ। ପୁଣେ ମଡ୍ୟୁଲର ଅନେକ ଆତଙ୍କବାଦୀଙ୍କୁ ପୁଣେ ପୁଲିସ ଏବଂ ଏନଆଇଏ ଗିରଫ କରିଛି। କିନ୍ତୁ ରିଜୱାନ କିଛି ଦିନ ହେଲାଣି ଫେରାର ଥିଲା। ତାକୁ ଗିରଫ କରିବା ପାଇଁ ଏନଆଇଏ ଅନେକ ସଂଘର୍ଷ କରିବା ପରେ ଗୁରୁବାର ରାତିରେ ତାକୁ ଗିରଫ କରାଯାଇଛି।