ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କିଛିଦିନ ହେବ ରାଜ୍ୟ ସଭାରେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ଏପରି କି ଅଭିତାଭ ବଚ୍ଚନଙ୍କ ନାଁ ଶୁଣିଲେ ଚିଡ଼ି ଯାଉଛନ୍ତି ଜୟା ବଚ୍ଚନ। ତେବେ ଏହାର କିଛି ବିଶେଷ କାରଣ ବି ରହିଛି।
ସମାଜବାଦୀ ପାର୍ଟିର ସାଂସଦ ବଚ୍ଚନ ଶୁକ୍ରବାର ଦିନ ଗୃହରେ ଭାଷଣ ଦେଇ ଧନଖର ବ୍ୟବହାର କରିଥିବା କଣ୍ଠସ୍ବୟ “ଗ୍ରହଣୀୟ ନୁହେଁ” ବୋଲି କହି ତାଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ବାସ୍ତବ କଥା ହେଲା ରାଜ୍ୟ ସଭାରେ ଗୃହ କାର୍ଯ୍ୟ ସମୟରେ ଗୃହର ଅଧ୍ୟକ୍ଷ ସାଂସଦ ଜୟା ବଚ୍ଚନଙ୍କ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧନ କରୁଛନ୍ତି। ଯାହାର ପ୍ରତିବାଦ କରୁଛନ୍ତି ଜୟା ବଚ୍ଚନ। ଜୟା କହିଛନ୍ତି, “ମୁଁ ଜଣେ କଳାକାର। ମୁଁ ଶରୀରର ଭାଷା ଏବଂ ଅଭିବ୍ୟକ୍ତିକୁ ବୁଝିପାରେ।ଆପଣଙ୍କ ସ୍ୱର ଠିକ୍ ନଥିଲା। ଆମେ ଆପଣଙ୍କ ସହକର୍ମୀ, ମାତ୍ର ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ।”
ଏହାପରେ ଧନକର ଜୟାଙ୍କୁ କହିଛନ୍ତି, ‘‘ଯଦି ଆପଣ ଜଣେ ସେଲିବ୍ରିଟି ତେବେ ନିୟମର ମହତ୍ବକୁ ବୁଝନ୍ତୁ। ଜୟା ଜୀ ଆପଣ ବହୁତ ଖ୍ୟାତି ଅର୍ଜନ କରିଛନ୍ତି ଓ ଏକଥା ଜାଣନ୍ତି ଯେ ଜଣେ ଅଭିନେତା/ଅଭିନେତ୍ରୀ ସର୍ବଦା ନିର୍ଦ୍ଦେଶକଙ୍କ ଅଧୀନରେ ରୁହନ୍ତି। କିନ୍ତୁ ପ୍ରତିଦିନ ମୁଁ ନିଜକୁ ପୁନରାବୃତ୍ତି କରିବାକୁ ଚାହେଁ ନାହିଁ। ପ୍ରତିଦିନ ମୁଁ ଶିଖାଇବାକୁ ଚାହୁଁନି। ଆପଣ ମୋ ସ୍ବର ବିଷୟରେ କହୁଛନ୍ତି। ଏହା ଯଥେଷ୍ଟ ହୋଇଗଲା।’’