୧୭ ମାସ ପରେ ଜେଲରୁ ମୁକୁଳିବେ ମନୀଷ ସିସୋଦିଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ 18 ମାସ ହେବ ଜେଲରେ ଥିଲେ ମନୀଷ ସିସୋଦିଆ। ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ 18 ମାସ ହେବ ଜେଲରେ ଥିଲେ ମନୀଷ ସିସୋଦିଆ। ଆଜି ମନୀଷ ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବେଲ୍‌ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ଏକ ସୁରକ୍ଷିତ ଖେଳ ଖେଳୁଛନ୍ତି । ଦଣ୍ଡ ଦେବା ପାଇଁ ଜାମିନ ନାମଞ୍ଜୁର ହୋଇପାରିବ ନାହିଁ। ବର୍ତ୍ତମାନ ସମୟ ଆସିଛି କୋର୍ଟ ବୁଝିବା ଉଚିତ ଯେ, ଜାମିନ ଏକ ନିୟମ ଏବଂ ଜେଲ ଏକ ଅପବାଦ । ଅଗଷ୍ଟ 6ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ।

ଆଜି ବିଚାରପତି ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ରାୟ ପ୍ରକାଶ କରି ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।  ସର୍ବୋଚ୍ଚ ଅଦାଲତଙ୍କ ସର୍ତ୍ତ ଅନୁସାରେ, ସିସୋଦିଆ ତାଙ୍କ ପାସପୋର୍ଟ ପୈଠ କରିବେ। ପ୍ରତି ସୋମବାର ତାଙ୍କୁ ଥାନାରେ ସାକ୍ଷ୍ୟ ଦେବାକୁ ପଡ଼ିବ। ଏହା ସହିତ ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ବ୍ୟତୀତ କୋର୍ଟ ତାଙ୍କୁ ସଚିବାଳୟ ଯିବାକୁ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.