ଅବକାରୀ ଚଢାଉ; ୪ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅବକାରୀ ଚଢାଉ,୪ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶିମଦ ଏବଂ ବିୟର ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୋର ଆଦର୍ଶ ଅବକାରୀ ଥାନା ଅଧିକାରୀ ସନ୍ତୋଷ ସ୍ୱାଇଁ ଏବଂ ନୀଳଗିରି ଅବକାରୀ ରେଞ୍ଜ ଆଇଆଇସି କେଶବ ଦାସଙ୍କ ନେତୃତ୍ୱରେ ଏକ ଟିମ ପୌରପାଳିକା ଅନ୍ତର୍ଗତ ଖଣ୍ଡାସାହି ଗ୍ରାମରେ ଚଢ଼ାଉ କରି ସୁଶାନ୍ତ ଦାସ ନିକଟରୁ ୫.୫ ଲିଟର ବିୟର, ଯତୀନ୍ଦ୍ର ଦାସ ନିକଟରୁ ୩୬ ଲିଟର ଦେଶିମଦ, ତଳନଗର ଗ୍ରାମର ବନମାଳୀ ମହାକୁଡ଼ ନିକଟରୁ ୩୧ ଲିଟର ଦେଶିମଦ ଏବଂ ଅଲ୍ଲିପୁର ଗ୍ରାମର ମିନତୀ ନାୟକ ନିକଟରୁ ୩୩ ଲିଟର ଦେଶିମଦ ଜବତ କରି ଚାରି ଜଣଙ୍କୁ ଗିରଫ କରିଥିଲେ।

ଅପରାହ୍ନରେ ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply

Your email address will not be published.