ଅଣରାସାୟନିକ ପଦ୍ଧତିରେ ଚାଷ କରି ଉତ୍ପାଧିତ ପନି ପରିବାକୁ ହାଟରେ ବିକ୍ରି କଲେ ମହିଳା ମାନେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଣରାସାୟନିକ ପଦ୍ଧତିରେ ଚାଷ କରି ଉତ୍ପାଧିତ ପନି ପରିବାକୁ ହାଟରେ ବିକ୍ରି କଲେ ମହିଳା ମାନେ | ଅଣରାସାୟନିକ ପଦ୍ଧତୀରେ ଚାଷ କରି ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଦରଡିପାଳ ପଞ୍ଚାୟତ ବାଲିପାଳ ହାଟରେ ବ ପନିପରିବା ବିକିବା ସହ ସଚେତନ ମଧ୍ୟ କରିଛନ୍ତି। ଏଥିରେ ମହିଳାମାନେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ଉପ୍ତାଦିତ ବାଇଗଣ, ବିଲାତି, ଭେଣ୍ଡି,କାକୁଡି, ବାଦାମ,ଝୁଡ଼ଙ୍ଗ, କଲରା ପ୍ରଭୁତି ଆଣି ହାଟ ବ୍ୟବସାୟ କରିଛନ୍ତି।

ଏଥି ସହ ହାତ ତିଆରି ମସଲା, ଖାଦ୍ୟସାମଗ୍ରୀ ମଧ୍ୟ ବିିକ୍ରୀ କରିଛନ୍ତି। ଏଥିରେ ଏଫ. ଇ.ଏସର ମାଷ୍ଟର ଟ୍ରେନର ଇନ୍ଦ୍ରା ମହାନ୍ତି ଉପସ୍ଥିତ ରହି ଅଞ୍ଚଳ ଚାଷି ମାନେ କିପରି ବିନା ସାରରେ, ଅଣରାସାୟନିକ ପଦ୍ଧତିରେ ଚାଷ କରିବେ ସେ ଉପରେ ମହିଳା ଓ ପୁରୁଷ ଚାଷିମାନଙ୍କୁ ବିଭିନ୍ନ ପ୍ରଦର୍ଶନୀ ମାଧ୍ଯମରେ ଜୀବାମୁତ, ଆଗ୍ନେୟାସ୍ତ,ନିମଅର୍କ ଆଦି ମାଧ୍ଯମର ତିଆରି କରି ଜମିରେ ପକାଉଛନ୍ତି |ତା ସହିତ ଏହା ମଧ୍ୟ ମାଟି ଆଦ୍ରତା ବଢାଉଥିବା କହିବା ସହ ବିଷ ଖାଇବା ନାହିଁ,ବିଷ ଖୁଆଇବା ନାହିଁ, ରୋଗମୁକ୍ତ ଅଞ୍ଚଳ କରିବା ପାଇଁ କହିଥିଲେ।

ଏଥିରେ ହାଟକୁ ଆସିଥିବା ଲୋକମାନେ ଅଣରାସାୟନିକ ପଦ୍ଧତିରେ ମହିଳାମାନେ ଚାଷ କରି ବିକ୍ରିକରୁଥିବାରୁ ସେମାନଙ୍କ ନିକଟରୁ ପନିପରିବା କିଣି ଖୁସି ବେକ୍ତ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ମା ପଦ୍ମାଳୟା ପିଜି ବାଳିପାଳ ମହିଳା ଚାଷି ଅଖଜୀ ଓ ଝା, ଅହଲ୍ୟା ପଣ୍ଡା, ରଶ୍ମିତା ଓଝା, ମମତା ଓଝା,ଉର୍ବଷି ଓ ଝା, ଖୁଲଣା ସାହୁ , ମମତା ଓଝା,ସଂଯୁକ୍ତା ଭୋଳ,ଚିନ୍ମୟୀ ଓଝା, ବାସନ୍ତି ଓଝା,କନକ ଓଝା,ଝୁନୁଲତା, ସୁବର୍ଣ୍ଣ ଓଝା,ସତ୍ୟଭାମା ସୁତାର ଉପସ୍ଥିତ ରହି ବିକ୍ରି କରିବାସହ ସଚେତନ କରିଥିଲେ।

Leave A Reply

Your email address will not be published.