ରାଜ୍ୟରେ ଅସହ୍ୟ ହେଲାଣି ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟରେ ଅସହ୍ୟ ହେଲାଣି ତାତି । ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ଆଜି ତାପମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା କରୁଛି ପାଣିପାଗ ବିଭାଗ । ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା କରାଯାଇଛି । ଏପ୍ରିଲରୁ ଜୁନ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପରାମର୍ଶ ଜାରି ହୋଇଛି । ଚଳିତ ଏପ୍ରିଲ ମାସରେ ରୌଦ୍ରତାପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖିଲେ ଚଳିତ ଗ୍ରୀଷ୍ମ ଋତୁରେ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କା ରହିଛି । ତେଣୁ ସମ୍ପୂର୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କ ଚଳିତ ଏପ୍ରିଲ ମାସରୁ ଜୁନ ମାସ ୧୫ ତାରିଖ ପର୍ଯନ୍ତ ପୂର୍ବାହ୍ନ ୧୧ରୁ ଓ ଅପରାହ୍ନ ସାଢ଼େ ୩ ପର୍ଯ୍ୟନ୍ତ କାର୍ଯ୍ୟ କାରିବାକୁ ବାରଣ କରାଯାଇଛି । ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତକୁ ଦୃଷ୍ଟିରେ ରଖି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ଏ ନେଇ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମହାନଗରର ନିଗମ କମିଶନର ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ୧୧ଟି ଜିଲ୍ଲାରେ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାତିରେ ପ୍ରବଳ ଗରମ ଅନୁଭୁତ ହେବ। ଦିନ ତାପମାତ୍ରା ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।

Leave A Reply

Your email address will not be published.