ବାଇକରୁ ପଡି ମହିଳା ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଇକରୁ ପଡି ମହିଳା ମୃତ | ପ୍ରତ୍ୟେକ ଦିନ ୨୦ ନମ୍ବର ଜାତୀୟ ରାଜପଥ ରେ ଘଟୁଛି ଦୁର୍ଘଟଣା | ଦୁର୍ଘଟଣା ରେ ଯାଉଛି ଲୋକଙ୍କ ଜୀବନ ଆଜି ଘଷିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କୁମୁଡ଼ ନିକଟରେ ବାଇକରୁ ପଡି ମହିଳା ମୃତ ।

ସୂଚନା ଅନୁଯାୟୀ ଆଜି କେନ୍ଦୁଝର ରୁ ନିଜ ଗ୍ରାମ ଘସିପୁରା ବ୍ଳକ ମଦନପୁର ଗ୍ରାମକୁ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଏକ ବାଇକରେ ଦମ୍ପତି ଆସୁଥିବା ବେଳେ କୁମୁଡ଼ ନିକଟରେ ଏକ ଖାଳରେ ବାଇକ ଚକା ପଡିଯିବାରୁ ଟୁନୁ ସାହୁଙ୍କ ସ୍ତ୍ରୀ ସୁରମା ସାହୁ ଭାରସ୍ୟାମ ହରାଇ ତଳେ ପଡି ଯାଇଥିଲେ |

ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା | ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଦୁଃଖଦ ଘଟଣା ଜାଣିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.