ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ଜଣ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦଣ୍ଡନାଚ କରି ଫେରୁଥିବା ବେଳେ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 16 ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ 59 ନମ୍ବର ଜାତୀୟ ରାଜପଥ ସୋମପୁର ଛକରେ ଏହି ଦୁର୍ଘଟଣା ଘଟିଛି | ଗୁରୁତର 7 ଜଣଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ଆଜି(ଶନିବାର) ଭୋର୍ ପ୍ରାୟ 3ଟା 30 ମିନିଟ ସମୟରେ ପିକଅପ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସମୟରେ ଗାଡିରେ 22 ଜଣ ଥିଲେ । ସୂଚନା ଅନୁଯାୟୀ, ଦହିମୁଣ୍ଡଣ୍ଡି ଗ୍ରାମର ଦଣ୍ଡୁଆମାନେ ଗତକାଲି (ଶୁକ୍ରବାର) ବ୍ରହ୍ମପୁରରୁ ଦଣ୍ଡନାଚ ଶେଷ କରି କ୍ଷେତ୍ରିୟ ବ୍ରହ୍ମପୁରକୁ ଦୁଇଟି ପିକଅପ ଭ୍ୟାନରେ ବାହାରିଥିଲେ । ଗ୍ରାମକୁ ଫେରିବା ବେଳେ ଅଧା ବାଟରେ ଗୋଟିଏ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୬ ଜଣ ଦଣ୍ଡୁଆ ଆହତ ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା ।

ସମସ୍ତ ଆହତଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ଦଣ୍ଡୁଆଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳାପାରି ନାହିଁ । ଗାଡି ଡ୍ରାଇଭରକୁ ମିଶାଇ ପିକଅପ ଭ୍ୟାନରେ ମୋଟ 22 ଜଣ ଦଣ୍ଡୁଆ ଯାତ୍ରା କରୁଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଜାରି ରଖିଛି ।

Leave A Reply

Your email address will not be published.