ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪ କାର ଆରୋହି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪ କାର ଆରୋହି | ବାଲେଶ୍ୱର ଜିଲ୍ଲା ସୋର ଥାନା ମାଟିଆପଲା ଛକ ନିକଟରେ ଆଜି ଅପରାହ୍ନରେ ଏକ ଅଲ୍ଟୋ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା।କଲିକତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା କାରରେ ୪ ଜଣ ଆରୋହି ରହିଥିଲେ।।

ଏହି ସମୟରେ ସମ୍ନାରୁ ଆସୁଥିବା ଏକ ମାଲ ବାହୀ ଟ୍ରକ କାରକୁ ସମ୍ନାରୁ ଧକା ଦେଇଥିଲା। ଫଳରେ ଗାଡିର ଡାହାଣପଟ ସାମ୍ନା ଅଂଶଟି ନଷ୍ଟ ହୋଇଯାଇଥିବା ବେଳେ ଗାଡ଼ିରେ ଥିବା ସମସ୍ତ ଚାରିଜଣ ଅଳକେ ବର୍ତିଯାଇଛନ୍ତି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକଟି ଫେରାର ହୋଇଯାଇଥିଲା। ଏ ନେଇ ସୋର ଥାନାରେ ଏକ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଦୀର୍ଘ ଦିନରୁ ୧୬ନଂ ଜାତୀୟ ରାଜପଥ ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବାରୁ ମାଟିଆପଲା ନିକଟରେ ରାସ୍ତାକୁ ଗୋଟିଏ ପଟ ବନ୍ଦ କରି ଅନ୍ୟପଟେ ଯାତାୟତ କରାଯାଉଛି।

ପ୍ରତିଦିନ ହଜାର ହଜାର ଭାରୀଯାନ,ଚାରିଚକିଆ ଯାନ,ଦୁଇଚକିଆ ଯାନ ଏହି ରାସ୍ତା ଦେଇ ଯାତାୟତ କରୁଥିବାରୁ ରାସ୍ତାଟି ସବୁବେଳେ ଭିଡ ରହୁଛି।ବେପରୁଆ ଗାଡିତାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାରେ ଧନଜୀବନ ନଷ୍ଟ ହେଉଥିବା ଦେଖାଯାଉଛି।ପ୍ରଶାସନ ଏ ଦିଗ ପ୍ରତି ଆଖିବନ୍ଦ କରି ବସିଛି।ଆଜିର ଦୁର୍ଘଟଣାରେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଛନ୍ତି ଏହି ୪ଜଣିଆ ପରିବାର।

Leave A Reply

Your email address will not be published.