ଦୁଇଟି ମନ୍ଦିରରୁ ଚୋରି; ଥାନାରେ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୁଇଟି ମନ୍ଦିରରୁ ଚୋରି।ଥାନାରେ ଅଭିଯୋଗ | ବାଲେଶ୍ୱର ଜିଲ୍ଲା ସୋର ଥାନା ଖରିଦା ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର ଓ ଲକ୍ଷ୍ମୀନାରାୟଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ କଳାକନା ବୁଲାଇଥିବା ଜଣାପଡିଛି। ଏ ନେଇ ଆଜି ସକାଳେ ଗ୍ରାମବାସୀମାନେ ଦେଖି ସୋର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ସୋର ଥାନା ଖରିଦା ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ଗତକାଲି ରାତିରେ କେହି ଦୁର୍ବୁର୍ତ୍ତ ରୁପା ମୁକୁଟ ଓ ସୁନା ଅଳଙ୍କାର ଯାହାର ମୂଲ୍ୟ ଆନୁମାନିକ ଚାରିଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। ଆଜି ସକାଳେ ଗ୍ରାମବାସୀ ମାନେ ଏ ବାବଦରେ ଜାଣି ଥନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସେହିପରି ଖରିଦା ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ମଧ୍ୟ ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସୁନା ଓ ରୂପା ଗହଣା ଚୋରି ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି।ଦୁର୍ବୃତ୍ତମାନେ ଗ୍ରିଲ ଭାଙ୍ଗିବା ସହ ଗର୍ଭଗୃହ ତାଲା ଭାଙ୍ଗି ପ୍ରାୟ ୧ କେଜି ଓଜନର ରୂପା ଅଳଙ୍କାର ଓ ପ୍ରାୟ ୫୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.