ଚଳନ୍ତା ଟ୍ରେନରୁ ମହିଳା ଲୁଟେରା ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚଳନ୍ତା ଟ୍ରେନରୁ ମହିଳା ଲୁଟେରା ଗିରଫ | ଚଳନ୍ତା ଟ୍ରେନରୁ ଜଣେ ମହିଳାଙ୍କ ନିକଟରୁ ଚୋରି କରୁଥିବା ବେଳେ ପଶ୍ଚିମବଙ୍ଗ ଅଂଚଳର ଦୁଇଜଣ ମହିଳାଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ସାଲମପୁର ଗ୍ରାମର ଜୟନ୍ତୀ ବେହେରା ତାଙ୍କ ପରିବାର ସହ ଭୁବନେଶ୍ୱରରୁ ଜନଶତାବ୍ଦୀ ଟ୍ରେନରେ ସୋର ଆସୁଥିଲେ।ଷ୍ଟେସନ ନିକଟ ହେବାରୁ ସୋର ଷ୍ଟେସନର ଅନତି ଦୂରରେ ସେ ଷ୍ଟେସନରେ ଓହ୍ଲାଇବାକୁ ଠିଆ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ଭ୍ୟାନିଟ ବ୍ୟାଗରୁ ଟଙ୍କା ଚୋରି କରି ନେଇଥିଲେ। ଏହା ଜାଣିପାରି ଓ ସନ୍ଦେହକରି ଜୟନ୍ତି ଉକ୍ତ ମହିଳାକୁ ଖୋଜିବାରୁ ମହିଳା ଜଣଙ୍କ ଶୌଚଳୟକୁ ଫସିଯାଇଥିଲେ ।

ପରେ ସୋର ଷ୍ଟେସନରେ ସ୍ଥାନୀୟ ଲୋକେ ମହିଳାଙ୍କୁ କାବୁ କରି ତାଙ୍କ ନିକଟରୁ ଚୋରି ହୋଇଥିବା ୬୦୦୦ ଟଙ୍କା ଜବତ କରି ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ଦୁଇଜଣଙ୍କୁ ଥନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.