ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ ଫ୍ରି କାର୍ଡିଆକ୍ ସ୍କ୍ରିନି କ୍ୟାମ୍ପ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ ଫ୍ରି କାର୍ଡିଆକ୍ ସ୍କ୍ରିନି କ୍ୟାମ୍ପ ଅନୁଷ୍ଠିତ |ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ ଫ୍ରି କାର୍ଡିଆକ୍ ସ୍କ୍ରିନି କ୍ୟାମ୍ପ ବାରିପଦାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡି.ଇ.ଆର୍.ସି ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଜନ୍ମଠାରୁ ୧୮ ବର୍ଷ ବୟସ ମଧ୍ୟରେ ଜନ୍ମଗତ ହୃଦଘାତ ଜନିତ ରୋଗ ଚିହ୍ନଟ ଓ ଏହାର ଫ୍ରି ଚିକିତ୍ସା କାର୍ଯ୍ୟକ୍ରମ ଏହାର ମୁଖ୍ୟ ଲକ୍ଷ୍ୟ। ଏନେଇ ରାଜ୍ୟ ସରକାର ଓ ଅନ୍ୟ ରାଜ୍ୟର ବଡ଼ ବଡ଼ ନାମୀ ଦାମୀ ହସ୍ପିଟାଲ ସହ ଚୁକ୍ତି ଅନୁସାରେ ଶିଶୁର ଚିକିତ୍ସା ନିମନ୍ତେ ଯିବା ଆସିବା ଠାରୁ ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମୟୂରଭଞ୍ଜର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବାରିପଦାରେ ଅନୁଷ୍ଠିତ |

ଫ୍ରି କାର୍ଡିଆକ୍ ସ୍କ୍ରିନି କ୍ୟାମ୍ପକୁ ଜାତୀୟ ସ୍ୱାସ୍ଥ୍ୟ ସେବା ମିଶନ, ମୟୂରଭଞ୍ଜ ଓ ଜାମସେଦପୁର ଅଞ୍ଚଳର ବ୍ରହ୍ମାନନ୍ଦ ନାରାୟଣ ମଲ୍ଟି ସ୍ପେଶିଆଲିଷ୍ଟ ହସ୍ପିଟାଲ୍ ସହଯୋଗରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକର ଦୁଇଶହରୁ ଉର୍ଦ୍ଧ୍ବ ଶିଶୁଙ୍କ ମାଗଣା ଚିକିତ୍ସା ଓ ଚିହ୍ନଟ କରାଯାଇଛି। ୨୦୧୭ମସିହା ଠାରୁ ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬୭୬ ଜଣ ଶିଶୁଙ୍କ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଯାଇ ଏବେ ସୁସ୍ଥ ଜୀବନ ଯାପନ କରୁଛନ୍ତି।

Leave A Reply

Your email address will not be published.