ଏଣିକି ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଣିକି ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା ମିଳିବ। ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ପ୍ରାରମ୍ଭରେ ଓଡ଼ିଶା ସରକାରଙ୍କ ଅର୍ଥରେ ପରିଚାଳିତ କଲ୍ୟାଣ ବୋର୍ଡ ଏହି ଯୋଜନାର ପରିଚାଳନା ଦାୟିତ୍ୱ ତୁଲାଇବ। ବୋର୍ଡ ପକ୍ଷରୁ ବିଭିନ୍ନ ଉତ୍ସରୁ ପାଣ୍ଠି ସଂଗ୍ରହ କରାଯିବ, ଯେଉଁଥିରେ ପଞ୍ଜୀକରଣ ଫି’ ଆଦାୟ ଓ ପରିବହନ ଗାଡ଼ି ମାଲିକଙ୍କ ଯୋଗଦାନ ସାମିଲ ରହିଛି। ଏହି ଯୋଜନାରେ ପ୍ରଥମେ ପରିବହନ ଡ୍ରାଇଭର ଏବଂ ଅନ୍ୟ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି।

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତ ଡ୍ରାଇଭର/କର୍ମଚାରୀଙ୍କ ନୋମିନିଙ୍କୁ ୪ ଲକ୍ଷ ଟଙ୍କା ମିଳିବ। ଗୁରୁତର ଆହତ ହେଲେ ୮୦ ହଜାର ଟଙ୍କା ପ୍ରଦାନ କରାଯିବ। ଦିବ୍ୟାଙ୍ଗ ହେଲେ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧,୫୦,୦୦୦ ଟଙ୍କା ମିଳିବ। ସ୍ବାଭାବିକ ମୃତ୍ୟୁ ହେଲେ ମନୋନୀତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିସହିତ ଡ୍ରାଇଭର ଓ ଶ୍ରମିକମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମଧୁ ବାବୁ ପେନସନ ଯୋଜନା ଭଳି ଅନ୍ୟ କଲ୍ୟାଣକାରୀ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ। ମନ୍ତ୍ରୀ ଟୁକୁନି ସାହୁ ଏହି ଯୋଜନାରେ ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ମୋଟର ଯାନ ଚାଳକ ଓ ଶ୍ରମିକ ଉପକୃତ ହେବେ ବୋଲି କହିଛନ୍ତି।

Leave A Reply

Your email address will not be published.