ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ରାସନ ପାଉଛନ୍ତି ୪୦ ଲକ୍ଷ ଭୂତ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ୪ ଦିନରେ ଇ-କେଓ୍ବାଇସି ଯାଞ୍ଚ ସରିବ। ୪୦ ଲକ୍ଷରୁ ଅଧିକ ଲୋକ ଇ-କେଓ୍ବାଇସି ଅପଡେଟ୍ କରିନାହାନ୍ତି।
ଏଯାବତ୍ ୮୮ ପ୍ରତିଶତ ଲୋକ ଇ-କେଓ୍ବାଇସି କରିସାରିଲେଣି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି। ମୋଟ୍ ୩ କୋଟି ୩୫ ଲକ୍ଷ ୫୭୦ରୁ ୨, ୯୫, ୮୯, ୯୧୨ ଲୋକ ଇ-କେଓ୍ବାଇସି କରିଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।