ଓଡ଼ିଶା ନ୍ୟୁଜ୍: ସେମି ଫାଇନାଲ ଦୌଡ଼ରୁ ବିଦାହେଲେ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ପାଇପର୍ସ। ଓଡ଼ିଶା ୱାରିଅର୍ସ ୧୦ଟି ମ୍ୟାଚ୍ରୁ ୧୨ ପଏଣ୍ଟ୍ ସହ ପଏଣ୍ଟ୍ ଟେବୁଲରେ ଷଷ୍ଠ ଓ ଦିଲ୍ଲୀ ପାଇପର୍ସ ୧୦ଟି ମ୍ୟାଚ୍ରୁ ମାତ୍ର ୫ ପଏଣ୍ଟ୍ ସହ ଶେଷସ୍ଥାନରେ ରହିଛି। ସୋମବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ୨-୧ ଗୋଲରେ ଦିଲ୍ଲୀ ଏସ୍ଜି ପାଇପର୍ସକୁ ପରାସ୍ତ କରିଛି। ଏହାସହ ପଏଣ୍ଟ୍ ଟେବୁଲର ଶୀର୍ଷସ୍ଥାନ ବଜାୟ ରଖିଛି। ଦ୍ବିତୀୟ ମ୍ୟାଚ୍ରେ ତାରକା ଖଚିତ ସୁର୍ମା ହକି କ୍ଲବ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୫-୩ ଗୋଲରେ କଳିଙ୍ଗ ଲାନ୍ସର୍ସକୁ ହରାଇଛି।
ସୁର୍ମା ପକ୍ଷରୁ ଅଧିନାୟକ ହର୍ମନପ୍ରୀତ ସିଂହ ୨ଟି ଗୋଲ(୩୨,୫୪), ପ୍ରଭଜୋତ ସିଂହ(୨୬), ନିକୋଲାସ କିନାନ(୩୩) ଓ ମନୀନ୍ଦର ସିଂହ ଗୋଟିଏ ଲେଖାଏ ଗୋଲ୍ଦେଇଥିବାବେଳେ ଲାନ୍ସର୍ସ ପକ୍ଷରୁ ଦିଲପ୍ରୀତ ସିଂହ(୫), ବ୍ରିଙ୍କମ୍ୟାନ ଥିଏରୀ(୪୪) ଓ ଗୁସାହିବଜିତ ସିଂହ(୫୬) ଗୋଟିଏ ଲେଖାଏ ଦେଇଥିଲେ ଗୋଲ୍।