ସମାନ ନାଗରିକ ସଂହିତା ଲାଗୁ କଲା ଉତ୍ତରାଖଣ୍ଡ

0

ଓଡ଼ିଶା ନ୍ୟୁଜ୍: ଦେଶର ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିଛନ୍ତି ଉତ୍ତରାଖଣ୍ଡ ସରକାର। ସୋମବାର ଦିନ ଏହାକୁ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଏହା ସହ ୟୁସିସି ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୨୦୨୨ ନିର୍ବାଚନ ସମୟରେ ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଉତ୍ତରାଖଣ୍ଡରେ ବିଜେପି ସରକାର ଗଢ଼ିବା ପରେ ୨୦୨୨ ମେ’ ୨୭ ତାରିଖରେ ରାଜ୍ୟରେ ସମାନ ନାଗରିକ ସଂହିତା ନେଇ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଥିଲଶ। ୨୦୨୪ ଫେବ୍ରୁଆରି ୨ ତାରିଖରେ ଏ ନେଇ ସମିତି ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟ ପ୍ରଦାନର ମାସକ ପରେ ୨୦୨୪ ମାର୍ଚ୍ଚ ୮ ତାରିଖରେ ବିଲ ପାରିତ ହୋଇଥିଲା। ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଠାଯାଇଥିଲା।

ସୋମବାର ଦିନ ଉତ୍ତରାଖଣ୍ଡରେ ବିଧିବଦ୍ଧ ଭାବେ ସମାନ ନାଗରିକ ସଂହିତା ଲାଗୁ କରାଗଲା। ୟୁସିସି ଲାଗୁ ହେବା ପରେ ରାଜ୍ୟରେ ଏଣିକି ଲିଙ୍ଗ, ଜାତି ଓ ଧର୍ମକୁ ନେଇ ଭେଦଭାବ ରହିବ ନାହିଁ। ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଓ ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କର ସମାନ ଅଧିକାର ରହିବ। ପ୍ରତି ଧର୍ମ ଲାଗି ବିବାହ ଛାଡ଼ପତ୍ର ପାଇଁ ଗୋଟିଏ ଆଇନ ରହିବ। ବିନା ଛାଡ଼ପତ୍ରରେ ଏକାଧିକ ବିବାହ ପାଇଁ ଅନୁମତି ମିଳିବ ନାହିଁ। ଲିଭ୍ ଇନରେ ରହୁଥିଲେ ପରିବାର ଲୋକଙ୍କୁ ଅବଗତ କରିବା ଜରୁଣି। ଲିଭ ଇନରେ ରହୁଥିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ପଞ୍ଜୀକରଣ ସମୟରେ ଭୁଲ ତଥ୍ୟ ଦେଲେ କିମ୍ବା ପଞ୍ଜୀକରଣ ନକରି ଲିଭ ଇନରେ ରହୁଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୬ ମାସ ପର୍ଯ୍ୟନ୍ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ବିବାହ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.