ଲାଞ୍ଚ ମାମଲାରେ ପୋଲିସକୁ ୫ବର୍ଷ ଜେଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲାଞ୍ଚ ମାମଲାରେ ପୋଲିସକୁ ୫ବର୍ଷ ଜେଲ । ମୟୂରଭଞ୍ଜ ଜିଲା ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ଲାଂଚ ମାମଲାର ରାୟ ପ୍ରକାଶ ପାଇଛି । ଜଜ୍ ପ୍ରଶନ୍ନ କୁମାର ପଣ୍ଡାଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ଏହା ସହିତ ୮ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୮ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ ପାଇଛି । ଅଭିଯୁକ୍ତ ଜଣକ ହେଲେ ତିରିଂ ଥାନାର ପ୍ରାକ୍ତନ ଭାରପ୍ରାପ୍ତ ଥାନାଧିକାରୀ ଗଞ୍ଜାମ ଜିଲା ଟିକରପଦା ଗ୍ରାମର ଶରତ ଚନ୍ଦ୍ର ରାୟ । ସୂଚନାଯୋଗ୍ୟ, ୯ ଡିସେମ୍ବର ୨୦୧୬ରେ ତିରିଂ ଥାନା ଗୟଳକଟା ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୋଲିସ ନିଯୁକ୍ତି ନିମନ୍ତେ ଆବେଦନ କରାଯାଇଥିଲା । ଆବେଦନକାରୀ ମନ୍ମଥ ବାସ୍କେ ଥାନାକୁ ଆସି ଥାନାଧିକାରୀଙ୍କୁ ଜଣାଇବା ପରେ ପୋଲିସ ନିଯୁକ୍ତିକୁ ନେଇ ୧୦ହଜାର ଟଙ୍କା ଲାଂଚ ମାଗିଥିଲେ । ମୂଲଚାଲ ପରେ ୭ହଜାର ଟଙ୍କା ଦେବାକୁ ମନ୍ମଥ ରାଜି ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା ।

ଏହାକୁ ନେଇ ଯୋଜନା ମୁତାବକ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡି ବସିଥିଲେ । ଏ ସଂକ୍ରାନ୍ତରେ ଏକ ମାମଲା ୨୬/୧୬ରେ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ୫ଜଣ ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି । ଶୁଣାଣୀ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ମାମଲାକୁ ସରକାରୀ ଆଇନଜୀବୀ ଏସ କେ ଦାସ ପରିଚାଳନା କରିଥିଲେ ।

Leave A Reply

Your email address will not be published.