ଦେଶବ୍ୟାପୀ କୃଷକଙ୍କ ବିରୋଧ ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶବ୍ୟାପୀ କୃଷକଙ୍କ ବିରୋଧ ପ୍ରଦର୍ଶନ | କିଛି ଦିନର ବିରତି ପରେ ପୁଣି ତେଜିଲା ଚାଷୀ ଆନ୍ଦୋଳନ ।  ଆଜିଠୁ ଦିଲ୍ଲୀ ଚଲୋ ଡାକରା ଦେଇଛି କୃଷକ ସଂଗଠନ । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସଜାଗ ରହିଛି ଦିଲ୍ଲୀ ପୋଲିସ । ଟିକ୍ରି, ସିଙ୍ଘୁ ଓ ଗାଜିପୁର ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ମେଟ୍ରୋ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେପଟେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରଖାଯିବ ବୋଲି ଚାଷୀ ନେତା ଜଗଜିତ ସିଂ ଦାଲେୱାଲ । କୃଷକମାନେ ଟ୍ରେନ୍, ବସ୍, ବିମାନ ସମେତ ପ୍ରତ୍ୟେକ ମାର୍ଗରେ ଦିଲ୍ଲୀ ଯାତ୍ରା କରିବେ। ଏହି କୃଷକମାନେ ଦିଲ୍ଲୀର ଜନ୍ତର ମନ୍ତରରେ କ୍ୟାମ୍ପ କରିବାକୁ ଚାହୁଁଛନ୍ତି ।ସୂଚନା ଅନୁସାରେ, କିଛି ଦିନର ବିରତି ପରେ ପୁଣି ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି କୃଷକ। ଆଜି ହଜାର ହଜାର କୃଷକ ବିକ୍ଷୋଭ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟିକ୍ରି, ସିଂଘୁ ଏବଂ ଗାଜିପୁର ସୀମା, ରେଲୱେ ଏବଂ ମେଟ୍ରୋ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

ମାର୍ଚ୍ଚ ୩ରେ, କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ – କିସାନ ମଜଦୁର ମୋର୍ଚ୍ଚା ଏବଂ ୟୁନାଇଟେଡ କିସାନ ମୋର୍ଚ୍ଚା 6ରେ ଦେଶର ବିଭିନ୍ନ କୃଷକଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ଆହ୍ୱାନ କରିଥିଲେ। ଏଥିସହ ଦିଲ୍ଲୀରେ ଧାରା 144 ଲଗାଯାଇଛି । ଫଳରେ କୌଣସି ବି ସ୍ଥାନରେ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ନଚେତ୍‌ ଗିରଫ କରିବ ପୋଲିସ । ଦିଲ୍ଲୀ ଚଲୋ ଡାକରା ପରି ଆସନ୍ତା 10ରେ ରେଳ ରୋକ କରିବେ ଚାଷୀ । ଦେଶବ୍ୟାପି ଏହି ଆନ୍ଦୋଳନ କରାଯିବ । ମାର୍ଚ୍ଚ 10 ତାରିଖରେ ମଧ୍ୟାହ୍ନ 12ଟାରୁ 4ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ।

Leave A Reply

Your email address will not be published.