‘ନୂଆ -ଓ’ ଛାତ୍ରବୃତ୍ତି ବିତରଣୀ ଉତ୍ସବ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ‘ନୂଆ -ଓ’ ଛାତ୍ରବୃତ୍ତି ବିତରଣୀ ଉତ୍ସବ ପାଳିତ | ଘସିପୁରା ବ୍ଲକ ଅନ୍ତର୍ଗତ ରେକୁଟିଆସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ର ବୃତ୍ତି ବିତରଣୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି‌।

ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଡ଼ଃ ଗୋଲୋକ ବିହାରୀ ଆଚାଯ୍ୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଛାତ୍ରବୃତ୍ତି ବିତରଣ କରିବା ସହିତ ରାଜ୍ୟ ସରକାର ଙ୍କୁ ଭୂୟଶୀ ପ୍ରଶଂସା କରିଥିଲେ | ନୂଆ-ଓ ଛାତ୍ର ବୃତ୍ତି ଉଚ୍ଚଶିକ୍ଷା କ୍ଷେତ୍ର ରେ ନିଶ୍ଚିତ ଏକ ବରଦାନ ସଦୃଶ ହେବଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ର ରେ ଅର୍ଥ ଆଉ ବାଧକ ସାଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ |

ଉକ୍ତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭବାନୀପ୍ରସାଦ ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିଜୟ କୁମାର ସାହୁ ସଂଯୋଜନା କରିଥିଲେ ଏବଂ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସଭା ପରିଚାଳନା କ୍ଷେତ୍ର ରେ ସହଯୋଗ କରିଥିଲେ. ସର୍ବ ଶେଷ ରେ ଅଧ୍ୟାପକ ସୁଧାକର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.