କେଉଁ ଦଳର ପାର୍ଥି ହୋଇ ଲଢ଼ିବେ ସନା ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜା ହେବା ପାଇଁ ନୁହେଁ, ରାଜ ତିଆରି କରିବା ପାଇଁ ସେ ଦିନ ମୁଖିଆଙ୍କ ପାଖରେ ଚୁକ୍ତି କରିଥିଲେ । ଅଖଣ୍ଡ କ୍ଷମତା ବଳରେ ଜିଲ୍ଲାରେ ଗୋଟାଏ ନୁହେଁ ୨ଟା ରାଜରାଣୀ କ୍ଷମତା ଦଖଲ କଲେ । ମୁଖିଆଙ୍କ ପାଖରେ ଆହୁରୀ ବିଶ୍ୱାସ ଭାଜନ ହେଲେ ମାତ୍ର ଯାହାକୁ ଜିଲ୍ଲାର ରାଜରାଣୀ କ୍ଷମତା ଦେଇଥିଲେ , ସେ ଚୁକ୍ତିରୁ କାଳେ ହୋଇଗଲେ ବିଚୁତି । ଯାହାଙ୍କ ରାଜନୀତି, ସରଳ ଜୀବନ, ପରଉପକାରିତା ଓ ଲୋକପ୍ରତିୟତା ବଖାଣୁଛୁ ସେ ସନାତନ ମହାକୁଡ଼ । ଗରୀବ ଓ ଶୋଷିତ ମଣିଷକୁ ଭଲ ପାଇବାର ମାଧ୍ୟମ କାଳେ ସନାଙ୍କୁ ଜିଲ୍ଲାରେ ଲୋକପ୍ରିୟତାରେ ମହାକୁମ୍ଭ ପରି ଛିଡ଼ାକରିଛି ।

ଲୋକପ୍ରିୟ ହେବା ପଛରେ ନଥିଲା ଜ୍ଞାନି ଲୋକଙ୍କ ନେତୃତ୍ୱ , ନାଁ ଥିଲା ବଡ଼ ପାର୍ଟି ବଡ଼ ନେତାଙ୍କ ହାତ । ଖାସ ଏଇଥି ପାଇଁ ଏ ନେତାଙ୍କ ନୀତି ରାଜ୍ୟର ୩ୟ ମହଲାରେ ବେଶ ଚର୍ଚ୍ଚିତ ଚେହେରା ହୋଇ ଉଭା ହୁଏ । ସନାତନ ମହାକୁଡ କଂଗ୍ରେସରେ ଥିବା ସନା ମହାକୁଡ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଲେ, ତାହା ପୁଣି ସ୍ଵାଧୀନ ଭାବରେ । ତେବେ ବଡ଼ କଥା ହେଲା, ସନା କେଉଁ ଦଳ ରୁ ଠିଆ ହେବେ ? ତେଣୁ ବଡ଼ କଥା ହେଲା କେନ୍ଦୁଝର ଜିଲ୍ଲାରେ ଏବେ ସେମିତି କେହି ବିଜେଡି ନେତା ଆଗ ଧାଡ଼ିରେ ନାହାନ୍ତି। ବିଜେଡି ର ବଦ୍ରି ପାତ୍ର ସେହି ଆଗ ଭଳି ଆଉ ସେତେଟା ଚଳାଚଞ୍ଚଳ ନାହାନ୍ତି ।ତେଣୁ ଜିଲ୍ଲା ସଂଗଠନ ସଜାଡିବାକୁ ବା ନେତୃତ୍ୱ ନେବାକୁ ବିଜେଡି ପାଇଁ ସନା ଙ୍କ ଠାରୁ ଆଉ ଭଲ ପ୍ରାର୍ଥୀ ମିଲିନପରାନ୍ତି ।

ଏପରିକି ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସନଙ୍କ ର ବେଶ୍ ଯଦି ପୂର୍ବ ଭଳି ସନାତନ ବିଜୁ ଜନତା ଦଳକୁ ସମର୍ଥନ ନ କରି ବିଜେପିରେ ଯୋଗ ଦିଅନ୍ତି ତେବେ ସମଗ୍ର ଜିଲାରେ ବିଜେପି ପୂର୍ବାପେକ୍ଷା ସୁଦୃଢ ହେବା ସହ ପାଟଣା ଅଞ୍ଚଳରେ ମଧ୍ୟ ଅଧିକ ସୁଦୃଢ ହେବାର ସମ୍ଭାବନା ରହିଛି। ତେବେ ଚର୍ଚ୍ଚା ପଛରେ କେତେ ସତ୍ୟତା ରହିଛି ତାହା ୩ରୁ ୪ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ସନାଙ୍କ ଦବଦବା ରହିଥିବା ବେଳେ ନିଜସ୍ଵ ଭୋଟ ବ୍ୟାଙ୍କ ଅଛି ।ତେଣୁ ସନା ବିଜେଡିରେ ମିଶିବା କିଛି ବଡ଼ କଥା ନୁହେଁ। କି ବିଜେଡି ତାଙ୍କୁ ଦଳକୁ ନେବା କିଛି ଅସମ୍ଭବ ନୁହେଁ ଲୋକେ ଏବେ କୁହା କୁହି ହେଉଛନ୍ତି ।v

Leave A Reply

Your email address will not be published.