ଚଣ୍ଡିଖୋଲରେ ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚଣ୍ଡିଖୋଲରେ ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ।  ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲରେ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଜନସଭାରେ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ରଖିଛନ୍ତି । ମୋଦୀ ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମାଆ ବିରଜା ଏବଂ ଜୟ ଶ୍ରୀରାମ କହି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି । ମୁଁ ବିଜୁ ପଟ୍ଟନାୟକଙ୍କୁ ଓଡିଶାରେ ରହି ନମନ କରିବାର ସୁଯୋଗ ପାଇଛି ।

ମୋର ନଜର ଯେତେ ପର୍ଯ୍ୟନ୍ତ ଦେଖାଯାଉଛି, ମୋତେ ଉତ୍ସାହ ହିଁ ଦେଖାଯାଉଛି । ଓଡିଶାର ସଂକଳ୍ପ କଣ ଆଜି ତାହା ସ୍ପଷ୍ଟ ଦେଖାଯାଉଛି । ‘ଅବ କି ବାର 400 ପାର’ ସଂକଳ୍ପ । ଭାରତକୁ ବିଶ୍ବର ତୃତୀୟ ଆର୍ଥବ୍ୟବସ୍ଥା ବନେଇବା ଭାରତର ଲକ୍ଷ୍ୟ । 400 ପାରର ସଂକଳ୍ପ ନାରୀଶକ୍ତି, ନୌଯାନ, ନାରୀଶକ୍ତି, ଗରୀବଙ୍କର ଜୀବନ ପରିବର୍ତ୍ତନ ଅଟେ । ଏଥିରେ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାର କୋଣ କୋଣରେ କଳା ରହିଛି । ଗତ 10 ବର୍ଷ ମଧ୍ୟରେ ଭାଜପା ସରକାର ଓଡିଶାରେ ଅଦ୍ଭୁତ ନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟଓ୍ବେ ହେଉ । ଆତ୍ମମନିର୍ଭର ଭାରତକୁ ଉର୍ଜା ଦେଉଛି ଭାରତ ।” ପ୍ରଧାନମନ୍ତ୍ରୀ କହିଛନ୍ତି, ‘୪୦୦ ପାର୍ ସଂକଳ୍ପ ଦେଶରେ ଏକ ମଜଭୁତ ଏବଂ ବଡ଼ ବଡ଼ ନିଷ୍ପତ୍ତି ନେବାର ସରକାର ଗଠନ ପାଇଁ । ୪୦୦ ପାର୍ ସଂକଳ୍ପ ଚାଷୀ, ଯୁଗବର୍ଗ, ନାରି ଶକ୍ତି ଏବଂ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ । ଏଥିରେ ପୂର୍ବ ଭାରତ ଏବଂ ଓଡ଼ିଶାର ବଡ଼ ଯୋଗଦାନ ରହିବାକୁ ଯାଉଛି । ଗତ ଦଶ ବର୍ଷରେ ବିଜେପି ସରକାର ଓଡ଼ିଶାରେ ଅଭୂତପୂର୍ବ ନିବେଶ କରିଛି ।

ଆମ ଉଦ୍ୟମ ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ ।  ମୋଦି କହିଛନ୍ତି, “ଆମ ସରକାର ଆସିବା ପୂର୍ବରୁ କଂଗ୍ରେସ କେବଳ ନିଜ ଦଳ ଏବଂ ପରିବାରକୁ ସମୃଦ୍ଧ କରୁଥିଲା । କେବଳ ନିଜ ସିନ୍ଦୁକ ଭରୁଥିଲା । ଜଣେ ଗରୀବ ଯେତେବେଳେ ସହାୟତା ମଗୁଥିଲେ ସେତେବେଳେ ତାଙ୍କୁ ଗ୍ୟାରେଣ୍ଟି ମଗାଯାଉଥିଲା । କିନ୍ତୁ 2014 ପରେ ଜଣେ ଗରିବ ହିଁ ଦେଶର ଶାସନ ଦାୟିତ୍ବ ନେଲା । ଯେଉଁମାନେ ଗ୍ୟାରେଣ୍ଟି ମାଗିଲେ ତାର ଗ୍ୟାରେଣ୍ଟି ଦେଲେ ମୋଦି । ଯେଉଁ ସରକାର ୟୁରିଆ ଦୁର୍ନୀତି କରିବେ ସେମାନେ ଚାଷୀଙ୍କୁ କିଭଳି ସାହାଯ୍ୟ କରିବେ । ଆମେ ମୁଦ୍ରା ଯୋଜନା ଆରମ୍ଭ କରିଲୁ । ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କଲୁ । ପିଏମ ସ୍ବନିଧି ଯୋଜନା ମଧ୍ୟ ଆରମ୍ଭ କଲୁ । ବର୍ତ୍ତମାନ ମୋଦି ଗରିବଙ୍କ ସହିତ ରହିଛି । ଯେଉଁଠାରେ ସବୁ ସମ୍ଭାବନା ଶେଷ ହୁଏ, ସେଠାରୁ ମୋଦିର ଆରମ୍ଭ ହୁଏ । ଏହା ହିଁ ମୋଦିଙ୍କ ଗ୍ୟାରେଣ୍ଟି ।”

Leave A Reply

Your email address will not be published.