ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଆରମ୍ଭ ହୋଇସାରିଛି ୫ଜି ସେବା । ଦେଶର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଛି। ଟେଲିକମ୍ ସେବା ପ୍ରଦାନକାରୀମାନେ ଅକ୍ଟୋବରରୁ ୫ଜି ସେବା ଆରମ୍ଭ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି।
ସେ କହିଛନ୍ତି, ସେବା ପ୍ରଦାନକାରୀମାନେ ସେମାନଙ୍କର ଗ୍ରାହକମାନଙ୍କୁ ବିନା ମୂଲ୍ୟରେ ୫ଜି- ସକ୍ଷମ ଉପକରଣ ସହିତ ୫ଜି ସେବା ଯୋଗାଉଛନ୍ତି।