ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ୍): ପିଲାମାନଙ୍କ ଉଚ୍ଚତା ବ୍ୟାଇବା ପାଇଁ ବର୍ତ୍ତମାନ କେତେ କଣ କରିବାକୁ ପଡୁଛି । କିଏ ମେଡିକେୟାର ଉପରେ ନିର୍ଭର କରୁଛି ତ କିଏ ଏନେଇ ନିୟମିତ ବ୍ୟୟାମ ମଧ୍ୟ କରୁଛି । କେହିକେହି ନିଜର କମ୍ ଉଚ୍ଚତା ପାଇଁ ସର୍ବଦା ଚିନ୍ତାରେ ରହୁଛି। ଏମିତିକି କମ୍ ହାଇଟ ଥିପା ପିଲାଙ୍କୁ ବି ବିବାହ କରିବାକୁ ହେଲେ ନାପସନ୍ଦ କରନ୍ତି ଅନେକ । ହେଲେ ଅଧିକ ଉଚ୍ଚତା ଯେ ଭବିଷ୍ୟତରେ ଶରୀର ପାଇଁ ବୁମେରାଂ ପାଲଟିପାରେ ଏହା ସମସ୍ତଙ୍କ କଳ୍ପନା ବାହାରେ । ହଁ ଆଜ୍ଞା ଅଧିକ ଉଚ୍ଚତା ଅନେକ ରୋଗର କାରଣ। ଯାହା ଭବିଷ୍ୟତରେ ଘାତକ ରୂପ ନେଇଥାଏ । ଏକଥା ଆମେ କହୁନୁ ରିସର୍ଚ୍ଚ କହୁଛି । ଯଦି ଆପଣଙ୍କ ହାଇଟ ପାଞ୍ଚ ଫୁଟ ନଅ ଇଞ୍ଚରୁ ଅଧିକ ତେବେ ଆପଣଙ୍କୁ ୧୦୦ରୁ ଅଧିକ ରୋଗରେ ପଡ଼ିପାରନ୍ତି। ୨.୫ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏକ ରିସର୍ଚ୍ଚରୁଏହା ପ୍ରମାଣିତ ହୋଇଛି ।
ରିସର୍ଚ୍ଚ କହୁଛି କି ଅଧିକ ଉଚ୍ଚତା ଥିବା ଲୋକଙ୍କର ହାର୍ଟବିଟ ଅନିୟନ୍ତ୍ରିତ ହେବା, ଗୋଡର ନର୍ଭରେ ସମସ୍ୟା, ନର୍ଭ ନଷ୍ଟ ହେବା, ଓ ଗୋଡରେ ଅଲସର ଭଳି ରୋଗ ହେବାର ସମ୍ଭାବନା ଅଧିକ । ବୈଜ୍ଞାନିକ ଏହାର କାରଣ ବି କହିଛନ୍ତି । ଲମ୍ବା ଲୋକଙ୍କ ମଧ୍ୟରେ ରୋରର ପାରାମିଟର ଟିକେ ଅଧିକ । ଏହାକୁ ନେଇ ଅମେରିକାର ରକି ମାଉଣ୍ଟେନ ରିଜୋନଲ ମେଡିକଲ ସେଣ୍ଟରର ବୈଜ୍ଞାନିକମାନେ ଅଢେଇ ଲକ୍ଷ ଅଲଗା ଅଲଗା ଲୋକ ଓ ମହିଳାଙ୍କ ଉପରେ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚରୁ ବାହାରିଥିବା ରିପୋର୍ଟ ଥିଲା ଅତି ସାଂଘାତିକ । ଏଥିରୁ ଜଣାପଡ଼ିଥିଲା ଅଧିକ ହାଇଟ ଥିବା ଲୋକଙ୍କ ମଧ୍ୟରେ ୧୦୦ରୁ ଅଦିକ ରୋଗ କିମ୍ବା ଡିଜଅର୍ଡର ହେବାର ସମ୍ଭାବନା ଅଧିକ । ଯେମିତିକି ବଲ୍ଡ ଜମିବା, ଡିପ ବ୍ରେନ ଥ୍ରୋମ୍ବୋସିସ, ନର୍ଭ ଡ୍ୟାମେଜ ହେବା, ନଖରେ ଫଙ୍ଗାଲ ଇନଫେକ୍ସନ, ଗୋଡ ଓ ଚର୍ମରେ ଅଲସର, ବ୍ରେନ ସେଲ୍ସରେ ଡ୍ୟାମେଜ, ପାଦରେ ଯନ୍ତ୍ରଣା ଭଳି କେତେ କଣ । ବୈଜ୍ଞାନିକଙ୍କର କହିବା କଥା କି ଲମ୍ବା ହେବାର କିଛି ଫାଏଦା ମଧ୍ୟ ରହିଛି । ଯେମିତିକି ଏମାନଙ୍କ ମଧ୍ୟରେ ହାଇ ବ୍ଲଡପ୍ରେସର, ହାଇ କୋଲେଷ୍ଟ୍ରଲ ଓ ହାର୍ଟ ଡିଜିଜ ହେବାର ସମ୍ଭାବନା ଅଧିକ ।