ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିଶା ନେଉଛି ଜୀବନ । ରାଜଧାନୀର ବିଭିନ୍ନ ଅପରାଧ ପଛରେ ରହିଛି ନିଶା । ଗତକାଲି ଚନ୍ଦ୍ରଶେଖରପୁର ପଣ୍ଡାପାର୍କ ବସ୍ତିରେ ନିଖୋଜ ନାବାଳକ ର ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । ମୃତ ନାବାଳକ ର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେପଟେ ନିଶା ପାଇଁ ନାବାଳକ ଦୈତ୍ୟ ରାଜ ନାୟକକୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ଗତ ୧୩ ତାରିଖରୁ ଦୈତ୍ୟ ନିଖୋଜ ଥିଲେ । ମୃତ ନାବାଳକ ର ପୋଷ୍ଟ ମଟମ ରିପୋର୍ଟ କୁ ଅପେକ୍ଷା କରିଛି ପୋଲିସ । ଦୈତ୍ୟ ର ମୋବାଇଲ କୁ ମଧ୍ୟ ପୋଲିସ ଜବତ କରିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ ।

ନିଶା ପାଇଁ ରାଜଧାନୀ ରେ ଘଟିଥିବା କିଛି ଘଟଣା ଉପରେ ତଦନ୍ତ କରୁଛି। । ଖଣ୍ଡଗିରି ଥାନା ଅଞ୍ଚଳରେ ନିଶା ବ୍ୟବସାୟ କୁ କେନ୍ଦ୍ର କରି ଡୁମଡୁମା ର ଅନୀଲ ଜେନା କୁ ଛୁରୀ ଭୂସୀ ହତ୍ୟା କରାଯାଇଥିଲା । ନିଶା ବେପାର କୁ କେନ୍ଦ୍ର କରି ରଘୁନାଥ ନଗରର ସନାତନ ରାଉତ କୁ ସଙ୍ଘବଦ୍ଧ ହତ୍ୟା କରିଥିଲେ ଅଭିଯୁକ୍ତ । ସେହିପରି କ୍ୟାପିଟାଲ ଥାନା ଅଞ୍ଚଳରେ ତ୍ରିନାଥ ନାମକ ଜଣେ ଯୁବକକୁ ତାର ବନ୍ଧୁ ନାରାୟଣ ସାହୁ ପଥରରେ ଛେଚି ହତ୍ୟା କରିଥିଲା । ଖରବେଳ ନଗର ଥାନା ପଛରେ ଭଦ୍ରକ ର ଶେକ ଅବଦୁଲ କୁ ନିଶା ପାଇଁ ହତ୍ୟା କରିଥିଲା ଧର୍ମଶାଳା ର ସୁମୁ ସିଂ ।