ପ୍ରକାଶ ପାଇଲା ଗ୍ଲୋବାଲ ପିସ୍ ଇଣ୍ଡେକ୍ସ-୨୦୨୨: ବିଶ୍ୱର ଶାନ୍ତପ୍ରିୟ ଦେଶ ଆଇସଲାଣ୍ଡ, ଭାରତର ସ୍ଥିତି କଣ ଜାଣନ୍ତୁ…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ପ୍ରକାଶ ପାଇଲା ଗ୍ଲୋବାଲ ପିସ୍ ଇଣ୍ଡେକ୍ସ-୨୦୨୨ର ରିପୋର୍ଟ । ବିଶ୍ୱର ସବୁଠାରୁ ଶାନ୍ତ ଦେଶ ତାଲିକାରେ ଆଇସଲାଣ୍ଡ ଶୀର୍ଷରେ ରହିଛି । ୧୬୩ ଦେଶକୁ ନେଇ ଏହି ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ଇଣ୍ଡେକ୍ସରେ ଭାରତର ସ୍ଥିତିରେ ପୂର୍ବାପେକ୍ଷା ସାମାନ୍ୟ ସୁଧାର ଆସିଛି । ଗତବର୍ଷ ଭାରତ ଏହି ତାଲିକାର ୧୩୮ ତମ ସ୍ଥାନରେ ଥିବା ବେଳେ ଚଳିତ ଥର ତିନିଟି ସ୍ଥାନ ଉପରୁ ଉଠି ୧୩୫ତମ ସ୍ଥାନରେ ପହଞ୍ଚିଛି ।

ଦେଶରେ ଗୃହଯୁଦ୍ଧର ସ୍ଥିତି, ପଡୋଶୀ ଦେଶ ସହ ସମ୍ବନ୍ଧ, ଆତଙ୍କବାଦରସ୍ତର, ସମାଜରେ ବଢୁଥିବା ଅପରାଧ, ଜେଲ ଯାଉଥିବା ଲୋକଙ୍କ ସଂଖ୍ୟା, ଜିଡିପି ଅନୁସାରେ ସେନା ଉପରେ ହୋଉଥିବା ଖର୍ଚ୍ଚ ଭଳି ୨୩ଟି ତଥ୍ୟ ନେଇ ଏହି ପୂରା ରିପୋର୍ଟକୁ ପ୍ରକାଶ କରାଯାଇଥିଲା। ଗ୍ଲୋବାଲ ପିସ୍ ଇଣ୍ଡେକ୍ସର ପ୍ରଥମ ସ୍ଥାନରେ ରହିଥିବା ଦେଶ ସବୁଠାରୁ ଶାନ୍ତିପ୍ରିୟ ଦେଶ। ତେବେ ଅଶାନ୍ତ ତାଲିକାରେ ପ୍ରଥମ ସ୍ଥାନରେ ଆଫଗାନିସ୍ତାନ ରହିଛି । ସେହିଭଳି ୟେମେନ, ସିରିଆ, ଋଷ, ଦକ୍ଷିଣ ସୁଦାନ, ଡେମୋକ୍ରାଟିକ ରିପବ୍ଲିକ୍ ଅଫ୍ କଙ୍ଗୋ ଅଶାନ୍ତ ଦେଶ ତାଲିକାରେ ଆଗରେ ରହିଛନ୍ତି ।

Leave A Reply

Your email address will not be published.