ଜୁହିଙ୍କୁ ବିବାହ କରିଥାଆନ୍ତେ ସଲମାନ, ହେଲେ କାହିଁକି ବିବାହ କରିପାରିଲେନି ଜାଣନ୍ତୁ…

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ପ୍ରଫେସନାଲ୍ ଲାଇଫ୍ରେ ଶୀର୍ଷରେ ପହଂଚିପାରିଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ । ହେଲେ ପର୍ସନାଲ ଲାଇଫରେ ସେ ୫୬ ବର୍ଷ ବୟସରେ ମଧ୍ୟ ବ୍ୟାଚଲର ଅଛନ୍ତି ସଲୁ ଭାଇ। ସେ ଏ ପର‌୍ୟ୍ୟନ୍ତ ବିବାହ କରିନାହାଁନ୍ତି, କିନ୍ତୁ ତାଙ୍କର ଅନେକ ଅଭିନେତ୍ରୀଙ୍କ ସହ ଆଫେୟାର ରହିଥିଲା। ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ସହ ଆଫାୟାରାରସ ଥିବା ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି ।

ଗଣମାଧ୍ୟମର ସୂଚନା ମୁତାବକ ଏକ ସମୟରେ ସଲମାନ ଜୁହି ଚାୱାଲାଙ୍କ ପ୍ରେମରେ ପାଗଳ ଥିଲେ। ସେ ତାଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। ଏକ ଇଣ୍ଟରଭ୍ୟୁ ସମୟରେ ସଲମାନ ନିଜେ ଏହି ବିଷୟରେ କହିଥିଲେ। ସେହି ସମୟରେ ସେ ଜୁହିଙ୍କୁ ବହୁତ ପସନ୍ଦ କରିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ଥରେ ତାଙ୍କ ଘରକୁ ଯାଇ ଜୁହିଙ୍କ ବାପାଙ୍କୁ ତାଙ୍କ ହାତ ମାଗିଥିଲେ। କିନ୍ତୁ ଜୁହିଙ୍କ ବାପା ଏହି ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ଏହାପରେ ଉଭୟଙ୍କ ବିବାହ ପ୍ରସ୍କତାବ ଭାଙ୍ଗିଯାଇଥିଲା ।

Leave A Reply

Your email address will not be published.