ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭୂ-କମ୍ପରେ ଥରିଲା ନେପାଳ । ଗୁରୁବାର ସକାଳେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ୫:୧୯ ରେ କମ୍ପନ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୪.୩ ମାପ କରାଯାଇଥିଲା, ଯାହା ମଧ୍ୟମ ଅଟେ। ଏହାର କେନ୍ଦ୍ର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୧୬୧ କିଲୋମିଟର ଦୂରରେ ଥିଲା ।
ଭାରତର ଅନେକ ସ୍ଥାନରେ ଏହି ଭୂକମ୍ପର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ବିଶେଷକରି ଉତ୍ତରପ୍ରଦେଶ ଏବଂ ନେପାଳ ନିକଟ ବିହାର ଅଞ୍ଚଳରେ । ଉତ୍ତରପ୍ରଦେଶର ଗୋରଖପୁରରେ ମଧ୍ୟ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା।
ଆଫଗାନିସ୍ତାନରେ ୬.୧ ଭୂକମ୍ପରେ ଅତି କମରେ ୧୦୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ ଜଣ ଆହତ ହୋଇଛନ୍ତି । ନେପାଳର ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି ଯେ ଆଫଗାନିସ୍ତାନରେ ହୋଇଥିବା ବଡ଼ ଭୂକମ୍ପ ଯୋଗୁଁ ଭୌଗୋଳିକ ପ୍ଲେଟରେ ଗତି ହେବ। ଏଭଳି ପରିସ୍ଥିତିରେ ଆଉ କିଛି କମ୍ପନ ହେବାର ସମ୍ଭାବନା ଅଛି । ୟୁପି ଏବଂ ବିହାର ଭଳି ରାଜ୍ୟର ନିମ୍ନଭୂମିରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ତେବେ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଦୁଇ ଦିନ ଧରି ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବହୁ ଲୋକ ଆହତ ହୋଇଛନ୍ତି।