ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ରାଇମୋହନଙ୍କ ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ କରିାରୁନାହାନ୍ତି ଶୁଭେଚ୍ଛୁ। ଏତିକି ବେଳେ ଏବେ ରାଇମୋହନଙ୍କ ମୋବାଇଲର ଶେଷ ମେସେଜ ସମସ୍ତଙ୍କ ସ୍ତମ୍ବିଭୂତ କରିଦେଇଛି। ଆତ୍ମହତ୍ୟା ପୂର୍ବରୁ ନିଜ ଝିଅ ଓ ସ୍ତ୍ରୀକୁ ଶେଷ ମେସେଜ କରିଥିଲେ ରାଇମୋହନ। ଯେଉଁଥିରେ ସେ ସମସ୍ତଙ୍କୁ ‘ବାଏ’ ବୋଲି ଲେଖିଥିଲେ । ମଞ୍ଚେଶ୍ବର ଥାନା ଅଧିକାରୀ ମୋବାଇଲ ଉଦ୍ଧାର କରି ମେସେଜ ବିଷୟରେ ସୂଚନା ଦେଇଛନ୍ତି ।
ଏହି ମେସେଜ ସାମ୍ନାକୁ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ କଣ ଧିରେ ଧିରେ ଏହାର ଗୁମର ଫିଟିବ ବୋଲି ଅନୁମାନ କରାଯାଉଛି । ରାଇମୋହନ କାହିଁକି ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତିକୁ ଆଣେଇଲେ ଓ ରିବାରରେ ସମସ୍ତଙ୍କୁ ଏମିତି କାହିଁକି ବାଏ ମେସେଜ କଲେ ତାହା ମଧ୍ୟ ଏବେ ସନ୍ଦେହ ଘେରକୁ ଆସିଛି । ଏଟେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ଖୋଳତାଡ଼ କରୁଛି ।