ରଥଯାତ୍ରା ପାଇଁ ପୁରୀରେ ସମୀକ୍ଷା କଲେ ଆଇଜି-ଡିଆଇଜି

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆଉ ଦିନ କେଇଟା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କରୋନା ମହାମରୀ ପାଇଁ ଦୀର୍ଘ ୨ ଧରି ରଥଯାତ୍ରାରେ ନିଜକୁ ସାମିଲ କରିପାରିନାହାନ୍ତି ଶ୍ରଦ୍ଧାଳୁ । ତେବେ ଚଳିତ ବର୍ଷ ରଥଯାତ୍ରା ପାଇଁ କୌଣସି କଟକଣା ନାହିଁ । କୋଟିକୋଟିି ଶ୍ରଦ୍ଧାଳୁ ଏଥର ରଥଯାତ୍ରାରେ ନିଜକୁ ସାମିଲ କରିବେ । ତେବେ ରଥଯାତ୍ରାରେ ଗହଳିକୁ ଲକ୍ଷ୍ୟରଖି ଶାନ୍ତି ଶୃ୍‌ଙ୍ଖଳା ବଜାି ରଖିବାକୁ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି । ଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ପୁରୀରେ ଆଇଜି ଓ ଡିଆଇଜିଙ୍କ ସମୀକ୍ଷା ବୈଠକ ବସିଛି।

ବିଶ୍ୱପ୍ରସିଦ୍ଧ ଯାତ୍ରାରେ କର୍ଡନ ଓ ରଥ ଟଣା ଦାୟିତ୍ୱରେ ଥିବା ଆଇଜି ଏସ ଦେବଦତ୍ତ ସିଂ ଓ ଏସଟିଏଫ ଡିଆଇଜି ଜେ.ଏନ ପଙ୍କଜ ସମୀକ୍ଷା କରିଛନ୍ତି। ସିଂହଦ୍ୱାର ନିକଟରେ ବରିଷ୍ଠ ପୋଲିସ ଅଧିକାରଙ୍କ ସହ ସମୀକ୍ଷା ମଧ୍ୟ କରିଛନ୍ତି।

Leave A Reply

Your email address will not be published.