କମ୍ ନିଦ ହୋଇପାରେ ହୃଦରୋଗର କାରଣ !

0

କମ୍ ନିଦ ପାଇଁ ହୋଇପାରେ ହୃଦରୋଗ। ଆମେରିକାନ ହାର୍ଟ ଆସୋସିଏସନ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ପୂର୍ବ ଗବେଷଣାରୁ ହାର୍ଟ ଆଟାକର ଥିଲା ୭ କାରଣ। ବୟସ୍କ ୭ରୁ ୯ ଘଣ୍ଟା, ଶିଶୁମାନେ ତା’ଠୁ ଅଧିକ ସମୟ ଶୋଇବା ଆବଶ୍ୟକ। 

ଭଲ ନିଦ ହେଉଛି କି ନାହିଁ? କେତେ ସମୟ ଶୋଉଛନ୍ତି? ଏ ସବୁ ଉପରେ ଗୁରୁତ୍ୱ ଦିଅନ୍ତୁ । ଭଲ ନିଦ ହେଉ ନଥିଲେ, ହୃଦ୍ରୋଗର ଶିକାର ହେବେ। ହୃଦରୋଗ ପାଇଁ କମ ନିଦ୍ରା ଅନ୍ୟତମ କାରଣ ହୋଇପାରେ ବୋଲି କହିଛି ଆମେରିକାନ ହାର୍ଟ’ଆସୋସିଏସନ AHA। ହୃତ୍ପିଣ୍ଡର ସ୍ୱାସ୍ଥ୍ୟ କେମିତି ଅଛି? ଏହା ଜାଣିବାକୁ ୭ଟି ଫ୍ୟାକ୍ଟର ବିଷୟରେ, ୨୦୧୦ ରିପୋର୍ଟରେ ଉଲ୍ଲେଖ କରିଥିଲେ AHA। ଶାରିରୀକ ପରିଶ୍ରମ, ଧୁମପାନ, ରକ୍ତ ସର୍କରା ସ୍ତର, କୋଲେଷ୍ଟ୍ରଲ ସ୍ତର, ଡାଏଟ, ବଡି ମାସ୍ ଇଣ୍ଡେକ୍ସ ଓ ରକ୍ତ ଚାପ, ହୃତ୍ପିଣ୍ଡର ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ଏବେ ଏଥିରେ ଅଷ୍ଟମ ଫ୍ୟାକ୍ଟର ଯୋଡ଼ିଛି AHA। ନିଦ ଉପରେ ନିର୍ଭର କରୁଛି ହୃତ୍ପିଣ୍ଡର ସ୍ୱାସ୍ଥ୍ୟ।…

ଭଲ ନିଦ କଣ, ତାର ନିର୍ଦ୍ଦାରଣ କରିଛି AHA… ବୟସ୍କମାନେ ଭଲ ହୃଦୟ ପାଇଁ ୭ରୁ ୯ ଘଣ୍ଟା ଓ ଶିଶୁମାନେ ତା’ଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ। AHA ଗବେଷଣା ମୁତାବକ, ୬ ଘଣ୍ଟାରୁ କମ ଶୋଉଥିବା ଲୋକମାନଙ୍କ ପାଖରେ ମେଦବହୁଳତା, ରକ୍ତଚାପ, ଟାଇପ ୨ ଡାଇବେଟିସ ଓ ଖରାପ ମାନସିକ ସ୍ୱାସ୍ଥ୍ୟ ପରି ସମସ୍ୟା ଦେଖାଯାଏ। ଏଥିରୁ ହୃଦ୍ରୋଗ ଜନିତ ସମସ୍ୟା ସୃଷ୍ଟି ହୁଏ। 

ଆଠଟି ଫ୍ୟାକ୍ଟର ସହ ମାନସିକ ସ୍ୱାସ୍ଥ୍ୟ, ସାମାଜିକ-ଅର୍ଥନୈତିକ ଓ ସାଂସ୍କୃତିକ କାରଣ ହୃତ୍ପିଣ୍ଡର ସ୍ୱାସ୍ଥ୍ୟ ସହ ଯୋଡ଼ି ରହିଥିବା ଗବେଷଣାରୁ ଜଣା ପଡିଛି। ବିଶ୍ୱର ବହୁ ଦେଶରେ ହୃଦରୋଗ ମୃତ୍ୟୁର ମୁଖ୍ୟ କାରଣ ହୋଇଥାଏ। ଭାରତରେ ହୃଦରୋଗରେ ଲକ୍ଷେରେ ୨୭୨ ଜଣ ଲୋକଙ୍କ ମୃତ୍ୟୁ ହେଉଛି।..

Leave A Reply

Your email address will not be published.