ଭୂକମ୍ପରେ ଥରିଲା ଆମେରିକାର ମେକ୍ସିକୋ
ନୂଆଦିଲ୍ଲୀ (ବ୍ୟୁରୋ): ପୁଣି ଆମେରିକାର ମେକ୍ସିକୋରେ ଭୂକମ୍ପ । ଗତକାଲି ବିଳମ୍ବିତ ରାତିରେ ଏଠାରେ ଭୟଙ୍କର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୬ ରେକର୍ଡ କରାଯାଇଛି। ଭୂକମ୍ପରେ ତୀବ୍ରତା ଏତେ ଥିଲା ଯେ, ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଘର ଛାଡ଼ି ସମସ୍ତେ ବାହାରେ ଥିବା ଫାଙ୍କା ସ୍ଥାନରେ ରୁଣ୍ଡ ହୋଇଥିଲେ । ତେବେ ଭୂକମ୍ପ ଯୋଗୁଁ ଏପର୍ୟ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୭.୬ ତୀବ୍ରତା ଭୂକମ୍ପ ଯୋଗୁଁ ଅନେକ ଘର ଓ ବିଲ୍ଡିଂ ଦୋହଲି ଯାଇଛି। ଏଥିସହ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି। କୁହାଯାଉଛି ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୦୫ ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ମାଇକୋଚାନ୍ ରାଜ୍ୟର ଲା ପ୍ଲାସିଟା ଡି ମୋରେଲୋସ୍ ସହରରେ ଏହାର କେନ୍ଦ୍ରସ୍ଥଳ ଥିବା କୁହାଯାଉଛି । ରାଜଧାନୀ ମେକ୍ସିକୋ ସିଟି ପର୍ୟ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।
ଭୂକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି। ଲୋକେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଥିଲେ। ତେବେ ଭୂକମ୍ପ ହେତୁ କେହି ମୃତାହତ ହୋଇନାହାନ୍ତି।