କିଏ ହେବ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ? ଚର୍ଚ୍ଚାରେ ଏହି ୨ଜଣଙ୍କ ନାଁ

0

ନୂଆଦିଲ୍ଲୀ (ବ୍ୟୁରୋ): କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ଗୋଟିଏ ପଟେ ଗାନ୍ଧୀ ପରିବାର କ୍ଷମତା ଛାଡ଼ିବାକୁ ଚାହୁଁନଥିବା ବେଳେ ଅନ୍ୟପଟେ ଅଣଗାନ୍ଧୀ ଅଧ୍ୟକ୍ଷ ହେବାକୁ ଚାଲିଛି ଯୋଜନା । କଂଗ୍ରେସର ଅନେକ କରିଷ୍ଠ ନେତା ଏହି ରେସରେ ଅଛନ୍ତି । ଯାହା ଅକ୍ଟୋବର ମାସରେ ସ୍ପଷ୍ଟ ହୋଇଯିବ । ତେବେ ଏହି ରେସରେ ସାଂସଦ ଶଶି ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ହୋଇପାରନ୍ତି ମୁହାଁମୁହିଁ। ଗୋଟିଏ ପଟେ ବିଭିନ୍ନ ରାଜ୍ୟର କଂଗ୍ରେସ କମିଟି ରାହୁଲ ଗାନ୍ଧିଙ୍କୁ ପୁଣିଥରେ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରୁଛନ୍ତି, ଅନ୍ୟପଟେ ଗାନ୍ଧି ପରିବାର ବାହାରେ ଜଣଙ୍କୁ ସଭାପତି କରିବା ପାଇଁ ଲବି ଜୋରଦାର ହେବାରେ ଲାଗିଛି। ଏହାରି ଭିତରେ ଏହି ଦୁଇ ନେତାଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

ଜି-୨୩ ନେତା ଭାବେ ଜଣାଶୁଣା ଶଶି ଥରୁର ସଭାପତି ରେସ୍ରେ ରହିଛନ୍ତି। ଏପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। କୁହାଯାଉଛି, ଅଶୋକ ଗେହଲଟ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀ ଯିବେ। ଏହାପର ଦିନ ସେ କଂଗ୍ରେସ ସଭାପତି ପଦ ପାଇଁ ନୋମିନେସନ୍ ଦାଖଲ କରିବେ। ଏପଟେ ବିଦେଶରୁ ଫେରିବା ପରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଶଶି ଥରୁର । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଗତ ସପ୍ତାହରେ ସେ ଦାବି କରିଥିଲେ। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସୋନିଆ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଏପରିକି ସୋନିଆ ସଭାପତି ପଦ ଲାଗି ନିର୍ବାଚନ ଲଢ଼ିବା ପାଇଁ ଶଶି ଥରୁରଙ୍କୁ ଗ୍ରୀନ୍ ସିଗ୍ନାଲ ଦେଇ ସାରିଛନ୍ତି। ତେବେ ଦେଖାଯାଉ, କିଏ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେଉଛନ୍ତି ।

 

Leave A Reply

Your email address will not be published.