ଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପାହାଡ଼ି ସିତାଫଳ ପରିଚୟ ହଜାଉଛି , ଉଚିତ ମୂଲ୍ୟ ପାଇନଥିବାରୁ ଅମଳରୁ ମୁହଁ ଫେରାଉଛନ୍ତି ଆଦିବାସୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଣ ପାହାଡ଼ ଘେରା ରାୟଗଡ ଜିଲ୍ଲାରେ ପରିଚୟ ହଜେଇଛି ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ରାୟଗଡ ଜିଲ୍ଲାର ପାହାଡ଼ି ସୀତାଫଳ । ଏ କଥା ଆମେ କହୁନାହୁଁ , ପ୍ରତିବର୍ଷ ଜିଲ୍ଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଟନ ଟନ ରପ୍ତାନି ହେଉଥାଏ ପାହାଡ଼ି ସୀତାଫଳ । ହେଲେ ଏତେ ପରିମାଣର ସିତାଫଳ ବାହାରକୁ ରପ୍ତାନି ହେଉଛି ସତ କିନ୍ତୁ ଏହାର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ । ଏ କଥା ଆମେ କହୁନାହୁଁ ପ୍ରତିବର୍ଷ ଏହିସବୁ ଜିଲ୍ଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହେଉଥିବା ପାହାଡୀ ସିତାଫଳର ଆକଳନ କହୁଛି । ସେ ରାୟଗଡ଼ା ଜିଲ୍ଲାର ପାହାଡ଼ି ସିତାଫଳ ରାଜ୍ୟ ତଥା ରାଜ୍ୟ ବାହାରେ ବେସ ଚାହିଦା ରହିଛି ପାହାଡ଼ି ସିତାଫଳ ନାରେ । ତେଣୁ ତ ୮୦ ଭାଗ ସିତାଫଳ ଏଠାରୁ ରପ୍ତାନୀ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରକୁ । ହେଲେ”ଚିହ୍ନରା ବାଟୋଇ ଚିହ୍ନେ ସେତ ଜାଣି ହିରା, ଗୋଡ଼ି, ମାଟି ମୁଲ ନ୍ୟାୟରେ ଆମ ସିତାଫଳର ଚାହିଦା କଲିକତା , ବିଶାଖାପାଟଣା ,ରାୟପୁର ବେଙ୍ଗାଲୁର ଓ ଚେନାଇରେ ରହିଥିବା ବେଳେ ଏଠାରେ କିନ୍ତୁ ଅଲୋଡା ହୋଇଛି ପାହାଡୀ ସିତାଫଳ ।
ଖାଲି ସେତିକି ନୁହେଁ ଏଠି ଯାହାର ମୁଲ ଶାଗମାଛ ଦର ସେଠି ଏହା ଆକାଶଛୁଆଁ । ଏଠି ଆମର ଗୋଟାଏ ଝୁଡ଼ି ସିତାଫଳ ଦର ୧୦୦ ଟଙ୍କା ରହିଥିବା ବେଳେ ବଡ଼ ବଡ଼ ସହରରେ ଏହି ସିତାଫଳର ଦର କିଲୋପିଛା ୧୦୦ ଟଙ୍କା । ତେବେ ଏଠି ପ୍ରଶ୍ନ ଉଠୁଛି ଏ ତାରତମ୍ୟ କାହିଁକି । ଏନେଇ କାରୁବାଇ ଗାଁର ୫୦ ବର୍ଷିୟ ମୋନଜ ଜିଲାକାରାଙ୍କ କହିବା କଥା ହେଲା ଅନ୍ୟ ଜାଗାରେ ଲୋକେ ସିତାଫଳ ଗଛ ଲଗାଇ ଚାଷ କରୁଥିବାବେଳେ ଆମର ଏଠି ଡ଼ଙ୍ଗର ପାହାଡ଼ରେ ଭରପୁର ହୋଇ ରହିଛି ଏହି ଘଛ ଫଳରେ ଏହାକୁ ସଂଗ୍ରହ କରି ଆଦିବାସି ମାନେ ରାୟଗଡ଼ା ସହରରେ ବିକ୍ରି କରୁଛୁ । ଆମେ ସିତାଫଳ ଉତ୍ପାଦନ ପାଇଁ ଲାଗ ଲଗୁତି କି ଗଛ ଯତ୍ନନେବା ପାଇଁ ପରିଶ୍ରମ କିମ୍ବା ଖର୍ଚ୍ଚ କରିବାକୁ ପଡ଼େନି ତେଣୁ ଜଙ୍ଗଲ ଜାତ ଦ୍ରବ୍ୟଭାବେ ଗଛରୁ ତୋଳି କେବଳ ବୋହି ଆଣି ସାଗମାଛ ମୁଲରେ ବଢ଼େଇ ଦେଉଛୁ ବେପାରି ହାତରେ ବୋଲି ମନୋଜ କହିଥିବାବେଳେ ବଜାର ବ୍ୟବସ୍ଥା ସାଙ୍ଗକୁ ପ୍ରଛାହନ ଅଭାବଯୋଗୁଁ ଆମ ସିତାଫଳର ଚାହିଦା ସ୍ଥାନୀୟ ଅଚଂଳ ଅପେକ୍ଷା ରାଜ୍ୟବାହାରେ ଅଧିକ ଥିବା ସ୍ୱିକାର କରିଛନ୍ତି ।
ସେହିଭଳି ଡାଙ୍ଗୋଲୋଡି ଗାଁର ବନ୍ଧୁ ହୁଇକା କହିଛନ୍ତି ଯେ ଆମଠୁ ବେପାରି ମାନେ ଝୁଡି ଆକାରରେ କିଣୁଥିବା ବେଳେ ସହରରେ ଗୋଟିଏ ଗୋଟିଏ ଫଳ ୫ ରୁ ୧୦ ଟଙ୍କାରେ ବିକ୍ରି କରୁଛନ୍ତି । ସ୍ଥାନୀୟ ବଜାରେ ଏତେ ଦର ନଥିବା ଯୋଗଁ ଆମେ ବାଧ୍ୟ ହୋଇ ବାହାର ରାଜ୍ୟର ବ୍ୟବସାୟୀଙ୍କ ଦଲାଲ ହାତରେ ଏତେ ସୁଆଦିଆ ସିତାଫଳ ଟେକିଦେବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ବନ୍ଧୁ । ସେପଟେ ଆମ ଅଭାବ ଅସୁବିଧା ସମୟରେ ସେହି ବେପାରୀମାନେ ଆର୍ଥିକ ସହାୟତା କରିଥାନ୍ତି ବୋଲି କହିଛନ୍ତି ବନ୍ଧୁ ହୁଇକା । ଉଦ୍ୟାନ ବିଭାଗର ଆକଳନ ଅନୁଯାୟୀ ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଗାଁଣ୍ଡାରୁ ଭାର ଭାର ସିତାଫଳ ଆନ୍ଦ୍ର , ଛତିଶଗଡ଼ , ମହାରାଷ୍ଟ୍ର , ଦିଲ୍ଲି ଓ ପଶ୍ଚିମବଙ୍ଗକୁ ବ୍ୟବସାୟୀ ମାନେ ଦଲାଲଙ୍କ ମାଧ୍ୟମରେ କିଣିନେଉଛନ୍ତି । ଏତେ ପରିମାଣରେ ବଳକା ସିତାଫଳ ବାହାରକୁ ରପ୍ତାନି ହେଉଥିଲେହେଁ ସ୍ଥାନୀୟ ବାସିନ୍ଦା ସିତାଫଳର ସ୍ୱାଦ ଚାଖିପାରୁ ନାହାଁନ୍ତି । ସେପଟେ ଗରିବ ଆଦିବାସିଙ୍କ ଉତପାଦିତ ଦ୍ରବ୍ୟର ଉଚିତ ମୁଲ୍ୟ ସାଙ୍ଗକୁ ସେମାନଙ୍କୁ ବଜରା ସଂଯୋଗିକରଣ ପାଇଁ ଓରମାସ ଭଳି ସରକାରି ସଂସ୍ଥା ଜିଲ୍ଲାରେ କାର୍ଯ୍ୟ କରୁଛି । ହେଲେ ବିଭାଗିୟ ଉଦାସନିକ ଅଭାବ ଯୋଗୁଁ ଏଯାଏଁ ସିତାଫଳ ଚାଷୀଙ୍କୁ ବଜାର ସୁବିଧା ମିଳିପାରନାହିଁ । ଏନେଇ ଓରମାସ ଅଧିକାରି ମନୋଜ କୁମାର ପାତ୍ରଙ୍କ କହିବା କଥା ଗତ ବର୍ଷ ରାୟପୁର,ଭୁବନେଶ୍ୱର,କଲିକତାକୁ ormas ସହାୟତାରେ ରପ୍ତାନି ହୋଇଥିଲା ଚଳିତ ମାସ ଶେଷ ସୁଧା ଚାଷୀଙ୍କ ନିକଟରେ ପହଂଚି ଆନ୍ଦ୍ର , ଛତିଶଗଡ଼ , ମହାରାଷ୍ଟ୍ର , ଦିଲ୍ଲି ଓ ପଶ୍ଚିମବଙ୍ଗକୁ ସିଧା ସଳଖ ଚାଷୀଙ୍କ ଠାରୁ କିଣି ପଠାଯିବ ବୋଲି କହିଛନ୍ତି ORMAS ର ଡେପୁଟି ସିଓ ମୋନଜ ପାତ୍ର । ତେବେ ସିତାଫଳ ସଂଗ୍ରହ କାରି ଉଚିତ ଦର ପାଇବେ ନା ପୁଣି ତାଙ୍କୁ କଥା ଦେଇ ଠକିଦେବେ ପ୍ରଶାସନ ତାହା ସମୟ ହିଁ କହିବ ।