ସେପ୍ଟେମ୍ବର ୨କୁ ଘୁଞ୍ଚିଲା ଗୋପାଳ ଦାସ ଡିସଚାର୍ଜ ପିଟିସନ୍ ଶୁଣାଣି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ଗୋପାଳ ଦାସ ଡିସଚାର୍ଜ ପିଟିସନ୍ ଶୁଣାଣି ଘୁଞ୍ଚିଲା । ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଲା ଅଭିଯୁକ୍ତ ଗୋପାଳ ଦାସର ଡିସଚାର୍ଜ ପିଟିସନ୍ ଶୁଣାଣି  । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ଡିସଚାର୍ଜ ପିଟିସନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଡିସଚାର୍ଜ ପିଟିସନରେ ଗୋପାଳ ନିର୍ଦ୍ଦୋଶ ବୋଲି କହିଛନ୍ତି ଗୋପାଳ ଦାସଙ୍କ ଓକିଲ  ।  ଓକିଲ ନରେଶ ନାୟକଙ୍କ କହିବା ମୂତାବକ ଗୋପାଳ ଦାସ ପିଟିସନ ଦେବା ସହ ସେ ମସ୍ତିଷ୍କ ରୋଗରେ ପୀଡିତ  ।

ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ଶୁଣାଣି କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା  । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଯୁକ୍ତ ଗୋପାଳ ଦାସକୁ ହାଜର କରାଯିବାର ଥିଲା  । ହେଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି  । ବର୍ତ୍ତମାନ ଗୋପାଳ ଚୌଦ୍ବାର ଜେଲରେ ରହିଛି  । ଏହାପୂର୍ବରୁ ଦୁଇଥର ବ୍ୟକ୍ତିଗତ ଭାବେ ଗୋପାଳକୁ କୋର୍ଟରେ ହାଜର କରାଯାଇଥିଲା ।

Leave A Reply

Your email address will not be published.