ଗତ ବର୍ଷ ଅକ୍ଟୋବରରେ ୩ରେ ଲଖିମପୁରର ଖେରୀର ଟିକୁନିଆରେ ହୋଇଥିବା ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରକୁ ଗୁରୁବାର ଦିନ ଜାମିନ ମିଳିଛି। ଏହି ହିଂସାରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ବଡ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଆଶିଷ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି ପରେ ହାଇକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରହିଥିଲା। ଏହି ହିଂସାରେ ଆଶିଷ ମିଶ୍ରଙ୍କ ସମେତ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଚାଷୀଙ୍କୁ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା।
ଜଷ୍ଟିସ ରାଜୀବ ସିଂଙ୍କ ଏକକ ବେଞ୍ଚ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ, ୨୦୨୨ ଜାନୁୟାରୀରେ, ଆଶିଷଙ୍କ ଜାମିନ ଆବେଦନ ଶୁଣିବା ପରେ କୋର୍ଟ ଏହି ଆଦେଶ ସଂରକ୍ଷଣ କରିଥିଲେ। ଯାହାର ଆଜି ଶୁଣାଣି କରିଛନ୍ତି।
ସୂଚନା ଥାଉକି, ଚାରିଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏବଂ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା | ଷଡଯନ୍ତ୍ରର କରି ଚାଷୀଙ୍କୁ ହତ୍ୟା କରାଯାଇଥିବା ଏସଆଇଟି କହିଛି। ଏହି ଘଟଣାରେ ଚାରିଜଣ କୃଷକଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଅଭିଯୋଗକୁ ଆଶିଷ ଅସ୍ୱୀକାର କରିଛନ୍ତି। ଘଟଣା ଘଟିବା ପରେ ସେ ଘଟଣାସ୍ଥଳରେ ନଥିଲେ ବୋଲି ଆଶିଷ କହିଛନ୍ତି।