ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜା ହେବା ପାଇଁ ନୁହେଁ, ରାଜ ତିଆରି କରିବା ପାଇଁ ସେ ଦିନ ମୁଖିଆଙ୍କ ପାଖରେ ଚୁକ୍ତି କରିଥିଲେ । ଅଖଣ୍ଡ କ୍ଷମତା ବଳରେ ଜିଲ୍ଲାରେ ଗୋଟାଏ ନୁହେଁ ୨ଟା ରାଜରାଣୀ କ୍ଷମତା ଦଖଲ କଲେ । ମୁଖିଆଙ୍କ ପାଖରେ ଆହୁରୀ ବିଶ୍ୱାସ ଭାଜନ ହେଲେ ମାତ୍ର ଯାହାକୁ ଜିଲ୍ଲାର ରାଜରାଣୀ କ୍ଷମତା ଦେଇଥିଲେ , ସେ ଚୁକ୍ତିରୁ କାଳେ ହୋଇଗଲେ ବିଚୁତି । ଯାହାଙ୍କ ରାଜନୀତି, ସରଳ ଜୀବନ, ପରଉପକାରିତା ଓ ଲୋକପ୍ରତିୟତା ବଖାଣୁଛୁ ସେ ସନାତନ ମହାକୁଡ଼ । ଗରୀବ ଓ ଶୋଷିତ ମଣିଷକୁ ଭଲ ପାଇବାର ମାଧ୍ୟମ କାଳେ ସନାଙ୍କୁ ଜିଲ୍ଲାରେ ଲୋକପ୍ରିୟତାରେ ମହାକୁମ୍ଭ ପରି ଛିଡ଼ାକରିଛି ।
ଲୋକପ୍ରିୟ ହେବା ପଛରେ ନଥିଲା ଜ୍ଞାନି ଲୋକଙ୍କ ନେତୃତ୍ୱ , ନାଁ ଥିଲା ବଡ଼ ପାର୍ଟି ବଡ଼ ନେତାଙ୍କ ହାତ । ଖାସ ଏଇଥି ପାଇଁ ଏ ନେତାଙ୍କ ନୀତି ରାଜ୍ୟର ୩ୟ ମହଲାରେ ବେଶ ଚର୍ଚ୍ଚିତ ଚେହେରା ହୋଇ ଉଭା ହୁଏ । ସନାତନ ମହାକୁଡ କଂଗ୍ରେସରେ ଥିବା ସନା ମହାକୁଡ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଲେ, ତାହା ପୁଣି ସ୍ଵାଧୀନ ଭାବରେ । ତେବେ ବଡ଼ କଥା ହେଲା, ସନା କେଉଁ ଦଳ ରୁ ଠିଆ ହେବେ ? ତେଣୁ ବଡ଼ କଥା ହେଲା କେନ୍ଦୁଝର ଜିଲ୍ଲାରେ ଏବେ ସେମିତି କେହି ବିଜେଡି ନେତା ଆଗ ଧାଡ଼ିରେ ନାହାନ୍ତି। ବିଜେଡି ର ବଦ୍ରି ପାତ୍ର ସେହି ଆଗ ଭଳି ଆଉ ସେତେଟା ଚଳାଚଞ୍ଚଳ ନାହାନ୍ତି ।ତେଣୁ ଜିଲ୍ଲା ସଂଗଠନ ସଜାଡିବାକୁ ବା ନେତୃତ୍ୱ ନେବାକୁ ବିଜେଡି ପାଇଁ ସନା ଙ୍କ ଠାରୁ ଆଉ ଭଲ ପ୍ରାର୍ଥୀ ମିଲିନପରାନ୍ତି ।
ଏପରିକି ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସନଙ୍କ ର ବେଶ୍ ଯଦି ପୂର୍ବ ଭଳି ସନାତନ ବିଜୁ ଜନତା ଦଳକୁ ସମର୍ଥନ ନ କରି ବିଜେପିରେ ଯୋଗ ଦିଅନ୍ତି ତେବେ ସମଗ୍ର ଜିଲାରେ ବିଜେପି ପୂର୍ବାପେକ୍ଷା ସୁଦୃଢ ହେବା ସହ ପାଟଣା ଅଞ୍ଚଳରେ ମଧ୍ୟ ଅଧିକ ସୁଦୃଢ ହେବାର ସମ୍ଭାବନା ରହିଛି। ତେବେ ଚର୍ଚ୍ଚା ପଛରେ କେତେ ସତ୍ୟତା ରହିଛି ତାହା ୩ରୁ ୪ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ସନାଙ୍କ ଦବଦବା ରହିଥିବା ବେଳେ ନିଜସ୍ଵ ଭୋଟ ବ୍ୟାଙ୍କ ଅଛି ।ତେଣୁ ସନା ବିଜେଡିରେ ମିଶିବା କିଛି ବଡ଼ କଥା ନୁହେଁ। କି ବିଜେଡି ତାଙ୍କୁ ଦଳକୁ ନେବା କିଛି ଅସମ୍ଭବ ନୁହେଁ ଲୋକେ ଏବେ କୁହା କୁହି ହେଉଛନ୍ତି ।v