ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲରେ ରାମ ରହିମ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ସିରସା ଡେରା ମୁଖ୍ୟ ରାମ ରହିମ। ନବମ ଥର ପାଇଁ ସେ ପାରୋଲରେ ଜେଲରୁ ବାହାରିଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ରାମ ରହିମ ରୋହତକ ଜେଲରୁ ସିରସା ଅଭିମୁଖେ ବାହାରି ଯାଇଛନ୍ତି। ଜେଲ୍ ଯିବା ପରେ ପ୍ରଥମ ଥର ପାଇଁ ରାମ ରହିମ ସିରସାସ୍ଥିତ ଆଶ୍ରମକୁ ଯାଉଛନ୍ତି। ଏହାପୂର୍ବରୁ ଯେତେଥର ରାମ ରହିମଙ୍କୁ ପାରୋଲ ମିଳିଛି, ସେ ୟୁପିର ବରନାଓ୍ବା ଆଶ୍ରମକୁ ଯାଉଥିଲେ।

ରାମ ରହିମ ମଙ୍ଗଳବାର ସକାଳ ପ୍ରାୟ ୬:୩୬ ସମୟରେ ହନିପ୍ରୀତଙ୍କ ସହ ଜେଲରୁ ବାହାରିଥିଲେ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ରାମ ରହିମ ପାରୋଲରେ ମୁକୁଳିଛନ୍ତି। ୨୦୧୭ରେ ସାଧ୍ବୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାମ ରହିମ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Leave A Reply

Your email address will not be published.