ଓଡ଼ିଆ ନ୍ୟୁଜ୍: ଆମେରିକୀୟଙ୍କ ପାଇଁ ଖୁସି ଖବର। ଆୟକର ମୁକ୍ତ ହେଇପାରେ ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ଅନେକ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଟ୍ରମ୍ପ ଦେଶରେ ଆୟକର ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆୟକର ଉଚ୍ଛେଦ କରିବା ଏବଂ ଏହାକୁ ଟାରିଫ୍ ସହିତ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ମଧ୍ୟ ଆୟକର ଉଚ୍ଛେଦ ଉପରେ ଗୁରୁତ୍ବାରୋପ କରିଛନ୍ତି।