ଓଡ଼ିଆ ନ୍ୟୁଜ୍: ସୁଭଦ୍ରା ଆଶାୟୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପରାମର୍ଶ। ଟଙ୍କା ପାଇ ନଥିଲେ ଯେଉଁମାନଙ୍କୁ ମେସେଜ ଆସିଛି କଲ ଆସିଛି ସେମାନେ ବ୍ୟାଙ୍କକୁ ଯାଆନ୍ତୁ। ଏଥିପାଇଁ ୨୯ ଏବଂ ୩୦ ତାରିଖ ଦୁଇଦିନ ବ୍ୟାଙ୍କକୁ ସମୟ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ ହୋଇଛି ୧ କୋଟି ୭ ଲକ୍ଷ ୨୯୪ । ଏପର୍ଯ୍ୟନ୍ତ ମୋଟ ସହାୟତା ମିଳିଛି ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ।
NPCI ବିଫଳତା କାରଣରୁ ପର୍ଯ୍ୟନ୍ତ ୩ ଲକ୍ଷ ୩୧ ହଜାର ୧୮୮ ଜଣ ବଞ୍ଚିତ ରହିଛନ୍ତି ଏହି ହିତାଧିକାରୀଙ୍କ ଖାତାକୁ ଯାଇନି ପଇସା । ଏପର୍ଯ୍ୟନ୍ତ E kyc ପେଣ୍ଡିଂ ଅଛି ୧ ଲକ୍ଷ ୫୫ ହଜାର ୧୫୮ ଜଣଙ୍କର। କାଲି ବ୍ୟାଂକର୍ସ ମାନଙ୍କ ସହ ଆଲୋଚନା ହୋଇଛି ।