ଓଡ଼ିଆ ନ୍ୟୁଜ୍: ଜାପାନରେ ୭.୬ ତୀବ୍ରତାର ଭୂକମ୍ପ ଝଟ୍କା, ସୁନାମୀ ଆଲର୍ଟ ଜାରି। ମିସୱାର ପୂର୍ବ-ଉତ୍ତରପୂର୍ବ ୭୩ କିମି ଦୂରରେ କେନ୍ଦ୍ରସ୍ଥଳ। ଆମୋରି ଓ ହୋକାଇଦୋକୁ ସୁନାମୀ ସତର୍କତା। ଭୂକମ୍ପର କେନ୍ଦ୍ରସ୍ଥଳ ହୋକାଇଡୋ ଉପକୂଳରୁ ଏବଂ ଆମୋରୀ ସହର ନିକଟରେ ସମୁଦ୍ର ପୃଷ୍ଠରୁ ପ୍ରାୟ ୫୦ କିଲୋମିଟର ତଳେ ଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି। ଜାପାନ ପାଣିପାଗ ଏଜେନ୍ସି ଏହି ଅଞ୍ଚଳ ପାଇଁ ୩ ମିଟର ଉଚ୍ଚର ସୁନାମି ଲହରୀ ଆସିବାର ସମ୍ଭାବନା ଥିବା ନେଇ ସତର୍କତା ଜାରି କରିଛି।
ସରକାରୀ ପ୍ରସାରକ NHK ରିପୋର୍ଟ ଅନୁଯାୟୀ, ଅଞ୍ଚଳର ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ଯାଞ୍ଚ କରାଯାଉଛି। ଭୂକମ୍ପ ପରେ ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।