ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍ ଛୁଟି ଘୋଷଣା। ୩ ଦିନ ପାଇଁ ଛୁଟି ଘୋଷଣା କଲା ପ୍ରଶାସନ। ୨୧, ୨୨ ଓ ୨୩ ତାରିଖରେ ସବୁ ସ୍କୁଲ୍ ଛୁଟି। ଶିଶୁ ବାଟିକା ଠାରୁ ଦ୍ବାଦଶ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଛୁଟି। ପଞ୍ଚମ, ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ।
ଅନ୍ୟପଟେ, ଅସହ୍ୟ ଖରାକୁ ଦେଖି ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଓ ଜନଗଣନା କାର୍ଯ୍ୟରେ ସାମିଲ ହେବେ ।