ଖୁବଶୀଘ୍ର ଇରାନ-ଆମେରିକା ବୈଠକ !

0

ଓଡ଼ିଆ ନ୍ୟୁଜ୍: ଖୁବଶୀଘ୍ର ଇରାନ-ଆମେରିକା ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ବୈଠକ। ପାକିସ୍ତାନରେ ଇରାନ ବୈଦେଶିକ ମନ୍ତ୍ରୀ ଆରାଘଚି ଓ ଟିମ୍‌। ଆମେରିକା ସହ ସିଧା ଆଲୋଚନା କରିବନି କହିଲା ଇରାନ। ଇରାନ-ଆମେରିକା ପରୋକ୍ଷ ଆଲୋଚନା ହୋଇପାରେ। ଇରାନ ସରକାରୀ ସମ୍ବାଦ ସଂସ୍ଥା ‘ଇରାନୀ’ର ସୂଚନା ଅନୁଯାୟୀ, ଇରାନ ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଘଚି ଶାନ୍ତି ପ୍ରକ୍ରିୟାକୁ ଆଗକୁ ନେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି ।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନ ଗସ୍ତରେ ଅଛନ୍ତି । କିନ୍ତୁ ସେ ସିଧାସଳଖ ଆମେରିକୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ନାହିଁ । ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ଇରାନର ବୈଦେଶିକ ମନ୍ତ୍ରୀ ଆରାଘଚି କେବଳ ଉଚ୍ଚସ୍ତରୀୟ ପାକିସ୍ତାନୀ ଅଧିକାରୀଙ୍କୁ ସାକ୍ଷାତ କରିବେ। ଆମେରିକା ପକ୍ଷ ସହିତ ନୁହେଁ । ଆରାଘଚି ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସମେତ ପାକିସ୍ତାନୀ ନେତାଙ୍କ ସହ ସାକ୍ଷାତ କରିଛନ୍ତି ।

Leave A Reply

Your email address will not be published.