୮ ଜିଲ୍ଲାକୁ କାଳବୈଶାଖୀର ଆଲର୍ଟ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିଛି କଳାବୈଶାଖୀ ବର୍ଷା। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ରହିବାକୁ ଥିବା ବେଳେ ନୂଆପଡ଼ା ସବୁଠାରୁ ଉତ୍ତପ୍ତ ସହର ହୋଇପାରେ, ଯେଉଁଠାରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ଅନୁଗୋଳରେ ହୋଇପାରେ ୩୮ ଡିଗ୍ରୀ। ଭୁବନେଶ୍ୱର ଓ କଟକରେ ପାରଦ ୩୪ ଡିଗ୍ରୀ ରହିପାରେ। ଗୋପାଳପୁରରେ ସର୍ବନିମ୍ନ ୩୧ ଡିଗ୍ରୀ ତାପମାତ୍ରା ଅନୁଭୂତ ହେବ।

ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ବର୍ଷା ଏବଂ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ସମେତ ୧୬ ଜିଲ୍ଲାରେ ବଜ୍ରପାତ ସହ ୩୦-୫୦ କିମି ବେଗରେ ପବନ ବହିପାରେ।

Leave A Reply

Your email address will not be published.