ଫ୍ଲୋର ଟେଷ୍ଟରେ ବିଜୟ ପାସ୍

0

ଓଡ଼ିଆ ନ୍ୟୁଜ୍: ତାମିଲନାଡ଼ୁ ବିଧାନସଭା ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ବିଜୟ ପାସ୍। ଟିଭିକେ ସମର୍ଥନରେ ପଡ଼ିଲା ୧୪୪ ଖଣ୍ଡ ଭୋଟ୍‌। ଭୋଟ୍‌ଦାନରୁ ବିରତ ରହିଲା ଡିଏମକେ, ବିପକ୍ଷରେ ୨୨ ଖଣ୍ଡ ଭୋଟ୍। ଟିଭିକେ ସପକ୍ଷରେ ବିଦ୍ରୋହୀ AIADMK ବିଧାୟକଙ୍କ ଭୋଟ୍‌।ବିଧାନସଭାରେ ଭୋଟିଂ ସମୟରେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀ DMK ଦଳର ବିଧାୟକମାନେ ଗୃହରୁ ଓ୍ୱାକ୍-ଆଉଟ୍ କରିଥିଲେ। ଅନ୍ୟପଟେ, AIADMK ସାଧାରଣ ସମ୍ପାଦକ ଏଡାପାଡି କେ. ପାଲାନିସ୍ୱାମୀ (EPS) ସମସ୍ତ ୪୭ ବିଧାୟକ ସରକାର ବିରୋଧରେ ଭୋଟ୍ ଦେବେ ବୋଲି କହିଥିଲେ ମଧ୍ୟ ଦଳର ଏକ ବଡ଼ ବିଦ୍ରୋହୀ ଗୋଷ୍ଠୀ ପାର୍ଟି ହ୍ୱିପ୍ ଉଲ୍ଲଂଘନ କରି ବିଜୟଙ୍କୁ ସମର୍ଥନ କରିଛନ୍ତି। ବିଜୟଙ୍କ ସରକାର ବିରୋଧରେ ମାତ୍ର ୨୨ଟି ଭୋଟ୍ ପଡ଼ିଥିବା ବେଳେ ୫ ଜଣ ବିଧାୟକ ଭୋଟିଂରୁ ବିରତ ରହିଥିଲେ।

ବିଜୟଙ୍କୁ କଂଗ୍ରେସ (୫ ଆସନ), CPI, CPI(M), VCK ଏବଂ IUML ପରି ଦଳଗୁଡ଼ିକ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। AMMK ରୁ ବହିଷ୍କୃତ ବିଧାୟକ କାମରାଜ ମଧ୍ୟ ବିଜୟଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି। କାମରାଜ କହିଛନ୍ତି ଯେ, “ମୁଁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମର୍ଥନ କରୁଛି ଏବଂ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ସମର୍ଥନ ଜାରି ରହିବ। ବିଜୟ ସାରା ରାଜ୍ୟକୁ ସୁରକ୍ଷା ଦେବେ ବୋଲି ମୋର ବିଶ୍ୱାସ ଅଛି।”

Leave A Reply

Your email address will not be published.