ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଷଣ୍ଢ ସହ ବାଇକ ଧକ୍କା, ମହିଳା ମୃତ | ଷଣ୍ଢ ସହ ଦୁର୍ଘଟଣାରେ ଆହତ ହୋଇ ଦୁଇ ଦିନ ମେଡିକାଲରେ ଚିକିତ୍ସା ପରେ ଆଖି ବୁଜିଲେ ମହିଳା।ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ କାନପୁର ଗ୍ରାମର ଗଙ୍ଗାଧର ନାୟକଙ୍କ ଝିଅ ପୂଜା ନାୟକ ଓ ତାଙ୍କ ସ୍ୱାମୀ ଗତ ଦୁଇ ଦିନ ତଳେ ବାପ ଘରକୁ ବାଇକ ଯୋଗେ ଯାଉଥିବା ବେଳେ ନୀଳଗିରି ପଣ୍ଡା ପାର୍କ ନିକଟରେ ଏକ ଷଣ୍ଡ ସହିତ ବାଇକ ଧକ୍କା ହୋଇଥିଲା।
ଫଳରେ ପୂଜା ସେଇଠାରେ ଗୁରୁତର ଆହତ ହୋଇଥିଲେ। ମୁମୂର୍ଷ ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ପୂଜାଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପୂଜାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବା କାରଣରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନ ୩ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି |
ଆଜି ମୃତଦେହ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ପରେ ପରିବାର ଲୋକେ ପୂଜାଙ୍କ ମୃତଦେହ ନିଜ ଘରକୁ ଆଣିଥିଲେ lପୂଜାଙ୍କ ମୃତଦେହ ତାଙ୍କ ଘରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିସ୍ଥିତି ଉପୁଜିଥିଲା।