ପୋଖରୀରେ ପଡି ଦୁଇବର୍ଷର ଶିଶୁପୁତ୍ର ମୃତ

0

ପୋଖରୀରେ ପଡି ଦୁଇବର୍ଷର ଶିଶୁପୁତ୍ର ମୃତ | ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଗ୍ରାମରେ ପୋଖରୀରେ ବୁଡି ଦୁଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସିନ୍ଧୁଆ ଗ୍ରାମର ଯୋଗେଶ୍ୱର ସିଂଙ୍କ ଦୁଇ ବର୍ଷର ଶିଶୁପୁତ୍ର ରୁଦ୍ରପ୍ରତାପ ସିଂ ଆଜି ପୂର୍ବାହ୍ନରେ ଘର ନିକଟରେ ଖେଳୁଥିବା ବେଳେ ସମସ୍ତଙ୍କ ଅଗୋଚରରେ ଘର ବାଡ଼ିରେ ଥିବା ଏକ ପୋଖରୀରେ ପଡି ଯାଇଥିଲା।

ପରିବାର ଲୋକେ ଶିଶୁଟିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ। ପରେ ସନ୍ଦେହ ହେବାରୁ ଗ୍ରାମବାସୀଙ୍କ ସହାୟତାରେ ପୋଖରୀରେ ଖୋଜାଖୋଜି କରିବା ପରେ ଶିଶୁଟିକୁ ପାଇଥିଲେ। ସେଠାରୁ ସଙ୍ଗେ ସଙ୍ଗେ ଶିଶୁଟିକୁ ସୋର ମେଡିକାଲକୁ ଆଣିବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ୧୭/୨୪ ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Leave A Reply

Your email address will not be published.