ଅବକାରୀ ବାଭାଗର ଚଢାଉ; ୨ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ବାଭାଗର ଚଢାଉ, ୨ଗିରଫ | ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜିଞ୍ଜର ଏବଂ ବିଦେଶୀମଦ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଟେଣ୍ଟେଇ ଗ୍ରାମରେ ଚଢ଼ାଉ କରି ବାସୁ ମଲିକ ନିକଟରୁ ୧୮ ଲିଟର ଜିଞ୍ଜର ଏବଂ ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଥିବା କୁସୁମ ଢ଼ାବାରେ ଚଢ଼ାଉ କରି ରବିନାରାୟଣ ଖିଲାର ନିକଟରୁ ୪.୩୨୦ ଲିଟର ବିଦେଶୀମଦ ଜବତ କରି ଉଭୟଙ୍କୁ ଗିରଫ କରିଥିଲେ|

ଅପରାହ୍ନରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ରଜନୀକାନ୍ତ ସାହୁ, ଗଣେଷ ସିଂ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply

Your email address will not be published.