ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଟିଏମସି ଅଫିସ ଉପରେ ବୁଲିଲା ବୁଲଡୋଜର । ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନ ଏକ ଅବୈଧ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଛି । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଟିଏମସି କୌଣସି କାର୍ଯ୍ୟାଳୟ ଏ ଭଳି ଭାବେ ଭଙ୍ଗାଯାଇଛି । କଲିକତା ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଟିଏମସି ପାର୍ଟି କାର୍ଯ୍ୟାଳୟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲପାଳଙ୍କ ସହ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଏହାକୁ ଭଙ୍ଗାଯିବା ବେଳେ ଉପସ୍ଥିତ ଥିଲେ । କିଛି ଦଳୀୟ ନେତା ଏହାକୁ ନ ଭାଙ୍ଗିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାର ଲାଭ କିଛି ହୋଇ ନ ଥିଲା । ମୁର୍ଶିଦାବାଦରେ ମଧ୍ୟ ଟିଏମସିର ଦବଦବା ରହିଛି ।
Next Post