ପ୍ରାଣିଚିକିତ୍ସା ସେବା ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରି ଦଫା ନେଇ ଓଡ଼ିଶା ପ୍ରାଣିଚିକିତ୍ସା ସେବା ସଂଘ ମୟୂରଭଞ୍ଜ ଶାଖା ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ |  ଓଡ଼ିଶା ପ୍ରାଣି ଚିକିତ୍ସା ସେବା ସଂଘ ମୟୂରଭଞ୍ଜ ଶାଖା ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ଚାରି ଦଫା ଦାବିରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ୪୨ଟି ପ୍ରାଣୀ ହସ୍ପିଟାଲର ଶତାଧିକ ପଶୁ ଚିକିତ୍ସକ ଆନ୍ଦୋଳନ ଜାରି ରଖିଛନ୍ତି।

ମୁଖ୍ୟ ଚାରି ଦଫା ମଧ୍ୟରେ ପ୍ରାଣିଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣିମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଯୋଗାଇବା ସହିତ ଓଡ଼ିଶାର ପ୍ରାଣିଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣିଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନତି (ଡି.ଏ.ସି.ପି.) ସୁବିଧା ପ୍ରଦାନ, ଓଡ଼ିଶାର ପ୍ରାଣି ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣିଚିକିତ୍ସକ ମାନଙ୍କ ସହ ସମାନ ଏନପିଏ ପ୍ରଦାନ।

ଏବଂ ରାଜ୍ୟରେ ପ୍ରାଣି ଗଣନା ଓ ଜନସାଧାରଣଙ୍କ ଆବଶ୍ୟକ‌ତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଡ଼ର ପୁନର୍ଗଠନ ଦାବି ଜଣାଇଛନ୍ତି। ଓଡ଼ିଶାର ସମସ୍ତ ପ୍ରାଣିଚିକିତ୍ସକ ଜାନୁଆରୀ ୧୮ ତାରିଖରୁ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ଯାଉଛନ୍ତି। ତେବେ ଏଥିପାଇଁ ଜନସାଧାରଣଙ୍କୁ ହେବାକୁ ଥିବା ଅସୁବିଧା ପାଇଁ ସଂଘ ଦୁଖତ ଓ ଏଥିପାଇଁ ସରକାର ଶୀଘ୍ର ଏହାର ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି।

Leave A Reply

Your email address will not be published.